କ୍ଷମତାରେ ଥିବା ଲୋକେ ମୋତେ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି: ଇମ୍ରାନ

ଇସଲାମାବାଦ୍‌,୫।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରେ ଗିରଫର ଭୟ ରହିଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନ ନିକଟରେ ପହଞ୍ଚିଛି। ଏହି ସମୟରେ ଇମ୍ରାନଙ୍କ ସମର୍ଥକ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏସବୁ ଭିତରେ ଇମ୍ରାନ କହିଛନ୍ତି, ମୋ ଜୀବନ ବିପଦରେ ଅଛି। ମୁଁ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖୁଛି ଯେ, ମୂଲ୍ୟହୀନ ପ୍ରସଙ୍ଗରେ ମୋତେ କୋର୍ଟରେ ଡକାଯାଉଛି। ମୁଁ ତୋଶଖାନା ମାମଲାରେ ଏକ ଜନ ଶୁଣାଣି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରୁଛି।
ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ଆଇଏସଆଇ ବସ ଭଳି କ୍ଷମତାରେ ବସିଥିବା ଲୋକମାନେ ମୋତେ ସେମାନଙ୍କ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି, ସେମାନେ ମୋତେ ମାରିବାକୁ ଚେଷ୍ଟା କରିଥିଲେ। ମୁଁ କାହା ଆଗରେ ମୁଣ୍ଡ ନୁଆଁଇବି ନାହିଁ। ଆମେ କେବଳ ଆଲ୍ଲାଙ୍କ ଆଗରେ ମୁଣ୍ଡ ନୁଆଁଇବୁ।

Share