୪ଦିନ ହେଲା ବଙ୍କରରେ ଲୁଚି ରହିଛନ୍ତି ସାଧାରଣ ନାଗରିକ: ସାମ୍ନାକୁ ଆସିଲା ୟୁକ୍ରେନବାସୀଙ୍କ ଦାରୁଣ ଦୁଃଖ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ନିରୀହ ସାଧାରଣ ନାଗରିକ ଟାର୍ଗେଟ ହେଉଛନ୍ତି। ୟୁକ୍ରେନର କ୍ୱିଭ ଓ ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ ଅନେକ ୟୁକ୍ରେନବାସୀ ନିଜର ପ୍ରାଣ ହରାଇଥିବା ଜଣାପଡ଼ିଛି। ପୂର୍ବ ଓ କେନ୍ଦ୍ରୀୟ ୟୁକ୍ରେନରେ ବାରମ୍ବାର ଏୟାର ଷ୍ଟାଇକ୍‌ ସାଇରନ ଓ ରୁଷିଆ ପକ୍ଷରୁ ହେଉଥିବା ବିସ୍ଫୋରଣ ଯୋଗୁ ଅନେକ ଲୋକ ବଙ୍କରରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ଯୁଦ୍ଧ ଆରମ୍ଭରୁ ଲଗାତର ୬ଦିନ ଧରି ବଙ୍କରରେ ଲୁଚି ରହିଥିବା ଲୋକଙ୍କ ଧର୍ଯ୍ୟର ବନ୍ଧ ଏବେ ଭାଙ୍ଗିବାକୁ ଆରମ୍ଭ କରିଛି। ଶୀତରୁ ରକ୍ଷା ପାଇବା ପାଇଁ ନା ଅଛି ପୋଷାକ ନା ଖାଇବାକୁ ଖାଦ୍ୟ କି ପାନୀୟ ଜଳ କିଛି ବି ନାହିଁ। ତା’ଉପରେ ଜୀବନ ପ୍ରତି ରହିଛି ବିପଦ। ଏଭଳି ରହିଛି ୟୁକ୍ରେନବାସୀଙ୍କ ଦୁଃଖ। ଯୁଦ୍ଧର ଉତ୍ତେଜନା ପରିସ୍ଥିତି ମଧ୍ୟରେ ଯାହାକୁ ସୁଯୋଗ ମିଳୁଛି ସେମାନେ କ୍ୱିଭ ଓ ଖାର୍କ୍ୱିଭ ଛାଡି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ୟୁକ୍ରେନ ସୀମାବର୍ତ୍ତୀ ୟୁରୋପର ୪ଟି ଦେଶ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ଓ ରୋମାନିଆର ସୀମାରେ ବହୁ ସଂଖ୍ୟକ ଲୋକ ପହଞ୍ଚୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ୟୁକ୍ରେନ ଛାଡୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହଙ୍ଗେରୀ ପ୍ରଥମେ ଆଗେଇ ଆସିଛି। ୟୁକ୍ରେନ ଛକରୁ ହଙ୍ଗେରୀ ସୀମା ଜାହୋନୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏଥିସହ ଜାହୋନିରେ ପହଞ୍ଚିଥିବା ୟୁକ୍ରେନର ସମସ୍ତ ଶରଣାର୍ଥୀଙ୍କ ପାଇଁ ରାଜଧାନୀ ବୁଦ୍ଧାପେଷ୍ଟ ଲାଗି ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କର ମଧ୍ୟରେ ଅତ୍ୟଧିକ ମହିଳା ଏବଂ ଶିଶୁ ରହିଛନ୍ତି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ଯନ୍ତ୍ରଣାର କାହାଣୀ ବଖାଣିଛନ୍ତି। ସେମାନେ କହିଛନ୍ତି, ୪ଦିନ ଧରି ବଙ୍କରରେ ଲୁଚିି ରହିଥିବାରୁ ସେମାନେ କିଛି ଖାଇ ନାହାନ୍ତି। ଅନ୍ୟପଟେ ୟୁକ୍ରେନରୁ ପଳାୟନ କରୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ହଙ୍ଗେରୀ ବୁଦ୍ଧାପେଷ୍ଟ ରେଳ ଷ୍ଟେସନରେ ବହୁ ସଂଖ୍ୟକ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପରେ ଶରଣାର୍ଥୀଙ୍କ ପାଇଁ ଖାଦ୍ୟ, ରହିବା ଓ ଔଷଧ ବ୍ୟବସ୍ଥା କରାଯାଇଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri