ଲୋକଙ୍କ ପେଟରେ ଦାନା ନାହିଁ, ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ୍‌-କର୍ଫ୍ୟୁ ଜାରି…

କଲମ୍ବୋ, ୨।୪ : ଶ୍ରୀଲଙ୍କାରେ ଧୀରେଧୀରେ ସଙ୍କଟ ଘନେଇବାରେ ଲାଗିଛି। ଲୋକଙ୍କ ପେଟରେ ଦାନା ନଥିବାବେଳେ ଭୋକିଲାଙ୍କ ମଧ୍ୟରେ ଦେଖାଦେଉଥିବା ପ୍ରଦର୍ଶନ ଏବହ ଆନ୍ଦୋଳନ ଭାବନାକୁ ଦୃଷ୍ଟିରେ ରଖି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଶ୍ରୀଲଙ୍କାରେ ୩୬ ଘଣ୍ଟିଆ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି କରାଯାଇଛି।

ଦେଶରେ ପ୍ରତିଦିନ ୧୩ ଘଣ୍ଟିଆ ବିଦ୍ୟୁତ୍‌ କାଟ ଜାରି ରହିଛି। ସେହିପରି ଖାଦ୍ୟ ଅଭାବ ଏବଂ ଡିଜେଲର ଅଭାବ ଯୋଗୁ ଅବସ୍ଥା ସଙ୍କଟ ଜନକ ହେବାରେ ଲାଗିଛି। ପ୍ରଦର୍ଶନକାରୀଙ୍କୁ ବିନା ଓ୍ବାରେଣ୍ଟରେ ଗିରଫ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ମିଲିଟାରୀ ବାହିନୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share