Categories: ଜାତୀୟ

ପୋଲିସ ହାଜତରେ ମରିଛନ୍ତି ୩୪୮ ଜଣ

ନୂଆଦିଲ୍ଲୀ, ୪ା୮: ଗତ ୩ ବର୍ଷ ମଧ୍ୟରେ ପୋଲିସ ହାଜତରେ ଥିବାବେଳେ ୩୪୮ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଆହୁରି ୧,୧୮୯ ଜଣଙ୍କ ଉପରେ ଅତ୍ୟାଚାର ହୋଇଥିବା ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଦ୍ୱାରା ସଂଗୃହୀତ ତଥ୍ୟ ଆଧାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ୨୦୧୮ରେ ପୋଲିସ କଷ୍ଟୋଡିରେ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ରେ ୧୧୨ ଏବଂ ୨୦୨୦ରେ ୧୦୦ ଅଭିଯୁକ୍ତଙ୍କ ଜୀବନ ଯାଇଛି। ୨୦୧୮ରେ ୫୪୨, ୨୦୧୯ରେ ୪୧୧ ଏବଂ ୨୦୨୦ରେ ୨୩୬ ଜଣ ଲୋକ ହାଜତରେ ପୋଲିସ ଅତ୍ୟାଚାରର ଶିକାର ହୋଇଥିବା ମନ୍ତ୍ରୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି।

Share