ନ୍ୟୁଡ ଫଟୋ ଭାଇରାଲ ପରେ ରଣବୀରଙ୍କୁ ପୋଷାକ ଦେଲେ ଲୋକେ

ବଲିଉଡ୍‌ ଅଭିନେତା ରଣବୀର ସିଂ ମାଗାଜିନ ପାଇଁ ନ୍ୟୁଡ ଫଟୋଶୁଟ୍‌ କରି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନ୍ୟୁଡ ଫଟୋ ପାଇଁ କେତେକ ତାଙ୍କୁ ପ୍ରଶଂସା କରିଥିବା ବେଳେ କେତେକ ଟ୍ରୋଲ୍‌ ମଧ୍ୟ କରିଛନ୍ତି। ଫଟୋଶୁଟ୍‌କୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।
ତେବେ ବର୍ତ୍ତମାନ ଇନ୍ଦୋରର ଏକ ଏନ୍‌ଜିଓ ରଣବୀର ସିଂଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ଏହି ଏନ୍‌ଜିଓ ସଂସ୍ଥା ତାଙ୍କ ପୋଷ୍ଟରରେ ଲେଖିଛନ୍ତି ‘ମାନସିକ ଅଳିଆ’ ଦେଶରୁ ହଟାଇବାକୁ ପଡିବ। କେବଳ ଏତିକି ନୁହେଁ ରଣବୀର ପୋଷ୍ଟରରେ ଏକ ବାକ୍ସ ରଖାଯାଇଛି । ଯେଉଁଥିରେ ଲୋକମାନେ ଆସି ପୋଷାକ ଦାନ କରିଥିଲେ। ଏହାକୁ ଦେଖି କେତେକ ୟୁଜର୍ସ ପରିହାସ କରିଥିବା ବେଳେ ଟ୍ରୋଲ କିକରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ସତରେ ପୋଷାକ ଆବଶ୍ୟକ ।

 

Share