Posted inଜାତୀୟ

ଗାଈ ପାଟିରେ ବାଣ ପୂରାଇଦେଲେ ଅସାମାଜିକ ବ୍ୟକ୍ତି, ଆଉ ତା’ପରେ…

ଜୟପୁର,୧୩।୧୧: ରାଜସ୍ଥାନର ପାଲି ଜିଲାର ମାରୱାଡ ଜଙ୍କସନ ସବଡିଭିଜନରେ ଏକ ଗାଈ ସହ ଘୃଣ୍ୟ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ଅସାମାଜିକ ବ୍ୟକ୍ତି ଗାଈ ପାଟିରେ ବାଣ ରଖିଦେବାରୁ ତାହା ଫାଟିଯାଇଛି। ଫଳରେ ଗାଈଟି ଗୁରୁତର ଆହତ ହୋଇଛି। ମାମଲାର ସମ୍ବେଦନଶୀଳତା ଦେଖି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋିଛି। ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରକ ପଦାର୍ଥ ଖାଇବା ପରେ ଗାଈର ପାଟି ସମ୍ପୂର୍ଣ୍ଣ ଭାବେ ଫାଟି ଲହୁଲୁହାଣ ହୋଇଯାଇଥିଲା। ସୂଚନା ପାଇବା ମାତ୍ରେ ମାରୱାଡ ଜଙ୍କସନର ଗୋ ପୁତ୍ର ସେନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଗାଈକୁ ବଜରଙ୍ଗ ଦଳର ପଶୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ଗାଈକୁ ଜାଡନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଏହି ଘଟଣା ଘଟାଇଥିବା ଲୋକଙ୍କ ବିରୋଧରେ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୋ ପୁତ୍ର ସେନା, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଗୋ ପୁତ୍ର ସେନା କର୍ମଚାରୀମାନେ ସିରିୟାରୀ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ଅଧିକାରୀ ସୁରେଶ ଶରଣ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଦୋଷୀକୁ ଶୀଘ୍ର ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ଆନ୍ଦୋଳନ ବେଳେ ମହିଳାଙ୍କୁ ମାଡ଼

ଗାଜିଆବାଦ,୧୬।୨: ହିଜାବ କଟକଣା ବିରୋଧରେ ଆନ୍ଦୋଳନ ବେଳେ ବୁର୍ଖା ପିନ୍ଧିଥିବା ମୁସଲିମ ମହିଳାଙ୍କୁ ପୋଲିସ କର୍ମୀ ଲାଠି ମାଡ଼ କରିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଥିବା ଏହି...

ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର

ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ...

ହିନ୍ଦୀ ସହ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋଓ୍ବିନ୍‌ ପୋର୍ଟାଲ

ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍‌ ଟିକା ନେବା ଏବଂ ନାମ...

କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ...

 ଥରିଲା ନିକୋବର

ପୋର୍ଟବ୍ଲେୟାର,୨୨।୧୦: ନିକୋବର ଦ୍ୱୀପରେ ମଙ୍ଗଳବାର ଭୋର୍‌ ୬ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ଭାରତୀୟ ପାଣିପାଗ...

୨.୫ କୋଟି ଟଙ୍କାର ବୃତ୍ତି ପାଇଲେ ୧୯ ବର୍ଷୀୟ ଛାତ୍ର

ପାଟନା,୧୫।୧୨: ବିବାହାର ଜଣେ ଛାତ୍ର କମାଲ କରିଛନ୍ତି। ୧୯ ବର୍ଷୀୟ ହ୍ରିତିକ ରାଜ ନାମକ ଏହି ଛାତ୍ର ଜଣଙ୍କ ୨.୫ କୋଟି ଟଙ୍କାର ବୃତ୍ତ ପାଇଛନ୍ତି।...

‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’

ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

Advertisement
Archives

Model This Week