‘ଲୋକେ ମୋତେ ବିବାଦକୁ ଟାଣି ଆଣୁଛନ୍ତି’

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର, ଅମିର ଖାନ୍‌ଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ କରୀନା କହିଛନ୍ତି, ‘ସୀତା: ଦି ଇନ୍‌କରେନେଶନ’ ପାଇଁ ୧୨ କୋଟି ଟଙ୍କା ମାଗିବା ତାଙ୍କ ନାମରେ ଏକ ଗୁଜବ ପ୍ରଚାର କରାଯାଇଥିଲା। ଯାହାକି ସମ୍ପୂର୍ଣ୍ଣ ଭୁଲ୍‌। କରୀନା କହିଛନ୍ତି, ମୁଁ ବୁଝି ପାରୁନି ଲୋକେ କାହିଁକି ମୋତେ ବିବାଦ ଭିତରକୁ ଟାଣି ଆଣୁଛନ୍ତି। ମୁଁ ଏମିତି ଫିଲ୍ମ ବିଷୟରେ କୌଣସି ସୂଚନା ପାଇ ନାହିଁ ଟଙ୍କା ମାଗିବା ତ ଦୂରର କଥା।

ସେ ଆହୁରି ମଧ୍ୟ କହିଛନ୍ତି, ବଲିଉଡ୍‌ରେ ଭଲ ଅଭିନେତ୍ରୀ ଅଛନ୍ତି। ଯେଉଁମାନେ ମୋ ଅପେକ୍ଷା ଏହି ଭୂମିକାରେ ଫିଟ୍‌ ହେବେ। ସମସ୍ତଙ୍କୁ କାହାଣୀ ଦରକାର। ତେଣୁ ଲୋକେ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି। ବର୍ତ୍ତମାନ ଏହି ଗୁଜବ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଲୋକଙ୍କୁ ଗୁଜବ ଶୁଣିବାକୁ ଭଲ ଲାଗେ। ଏଥିରେ ମୋ’ର କିଛି କହିବାର ନାହିଁ।

‘ଲାଲ ସିଂହ ଚଢ଼ା’ ଚଳିତମାସ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ସହ ଆସିବ। ‘ଲାଲ୍‌ ସିଂହ ଚଢ଼ା’ ଟମ୍‌ ହ୍ୟାଙ୍କଙ୍କ ୧୯୯୪ର ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ରିମେକ୍‌ ଅଟେ। ଏହି ଫିଲ୍ମରେ ମୋନା ସିଂ ଏବଂ ନାଗା ଚୈତନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Share