ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଟ୍ୟାଙ୍କରରୁ ପ୍ଲାଷ୍ଟିକ ବୋତଲ, ଜାର, ହାଣ୍ଡି ଓ ବାଲ୍‌ଟି ଧରି ତେଲ ବୋହି ନେଇଛନ୍ତି। କାକିରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ଲୋକେ ଟ୍ୟାଙ୍କରର ଅର୍ଦ୍ଧାଧିକ ଡିଜେଲ ନେଇଯାଇଥିଲେ।