ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ସବୁଠାରୁ ଅଧିକ ଧନୀ, ଭାଗ୍ୟ ଯୋଗୁ ଯାହା ଚାହାନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି। ଯେଉଁ କାମରେ ସେମାନେ ହାତ ଦିଅନ୍ତି, ସଫଳତା ହାସଲ କରିଥାନ୍ତି। ଜାଣନ୍ତୁ ସେହି ୪ ରାଶି ବିଷୟରେ:-

ବୃଷ ରାଶି: ଏହି ରାଶିର ସ୍ବାମୀ ଶୁକ୍ର। ଏହି ଗ୍ରହ ଧନ, ସମ୍ପତ୍ତି, ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ରୋମାନ୍ସର କାରକ ବୋଲି କୁହାଯାଏ। ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ଧନୀ ହେବାକୁ ଅବସର ଅପେକ୍ଷାରେ ଥାନ୍ତି। ଭାଗ୍ୟ ମଧ୍ୟ ଫଳ ଦେଉଥିବାରୁ ଯାହା ଇଚ୍ଛା ଥାଏ ତାହା ଏମାନଙ୍କୁ ପ୍ରାପ୍ତ ହୁଏ। ବୃଷ ରାଶିର ବ୍ୟକ୍ତି ସୁନ୍ଦର ଓ ଦାମୀ ଜିନିଷ କିଣିବାକୁ ଇଚ୍ଛା ରଖିଥାନ୍ତି। ନିଜର ଇଚ୍ଛା ପୂରଣ ପାଇଁ ସେମାନେ ଧନ ରୋଜଗାର କରିବାକୁ ଚାହିଁଥାନ୍ତି।

ବିଛା ରାଶି: ଧନ ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛି ବିଛା ରାଶି। ଏହି ରାଶିର ବ୍ୟକ୍ତି ଭୌତିକ ବସ୍ତୁକୁ ବହୁତ ପସନ୍ଦ କରିଥାନ୍ତି। ବଡ଼ ଗାଡ଼ି, ବଙ୍ଗଳା, ଦାମୀ ଜିନିଷ ଏମାନଙ୍କୁ ବହୁତ ଆକର୍ଷିତ କରିଥାଏ। ଏମାନେ ନିଜ ଜୀବନରେ ସୁଖ ଓ ସମୃଦ୍ଧି ବଜାୟ ରଖିବାକୁ ନିରନ୍ତର ପ୍ରୟାସ ମଧ୍ୟ କରିଥାନ୍ତି। ଦୁନିଆକୁ ଏମାନେ ଭିନ୍ନ ରୂପରେ ଦେଖିଥାନ୍ତି। ଯାହା ଏମାନେ ଚାହିଁଥାନ୍ତି ତାକୁ ପାଇବା ପରେ ନିଃଶ୍ୱାସ ମାରିଥାନ୍ତି।

କର୍କଟ ରାଶି: ତୃତୀୟ ସ୍ଥାନରେ ରହିଛି କର୍କଟ ରାଶି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ବହୁତ ଭଲ। ଏମାନେ ପରିବାରକୁ ନେଇ ବହୁତ ଭାବୁକ ହୋଇଥାନ୍ତି। ଏମାନେ ନିଜର ସମସ୍ତ ଇଚ୍ଛା ପୂରଣ କରିବାକୁ ସର୍ବଦା ପ୍ରୟାସ କରିଥାନ୍ତି। ଏମାନେ କଠିନ ପରିଶ୍ରମ କରି ପରିବାରର ଖୁସି ପାଇଁ ବହୁତ ଧନ ରୋଜଗାର କରିଥାନ୍ତି।

ସିଂହ ରାଶି: ଏହି ରାଶିର ଜାତକଧାରୀ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟା କରିତାନ୍ତି। ଏମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଗୁଣ ଭରପୂର ଥାଏ। ସମସ୍ତେ ଏମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ତାହା ସେମାନେ ଚାହାନ୍ତି। ଦାମୀ ବସ୍ତୁ ପ୍ରତି ଏମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏମାନେ ନିଜର ଇଚ୍ଛା ପୂରଣ ପାଇଁ ନିରନ୍ତର ପ୍ରୟାସ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri