ଲୋକେ ଆତଙ୍କିତ, ୭ ନଭେମ୍ବର ପର୍ଯ୍ୟନ୍ତ କାଫେ-ରେଷ୍ଟୁରାଣ୍ଟ-ଦୋକାନ ବନ୍ଦ…

ମସ୍କୋ,୨୫।୧୦: କରୋନା ମହାମାରୀ ପୁଣି ଥରେ ଫେରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆର ସେଣ୍ଟ୍‌ ପିଟର୍ସବର୍ଗରେ ୭ ନଭେମ୍ବର ପର୍ଯ୍ୟନ୍ତ କାଫେ, ରେଷ୍ଟୁରାଣ୍ଟ, ଦୋକାନ ଆଦିକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅପରପକ୍ଷରେ ଔଷଧ ଦୋକାନ ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ଏହି ସମୟରେ ପୂର୍ବ ଭଳି ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେଲୁନ, ଷ୍ଟାଡ଼ିୟମ୍‌, ଜିମ୍‌, ପାର୍କ ସମେତ ଅନ୍ୟ ସର୍ବସାଧାରଣ ସ୍ଥଳକୁ ବନ୍ଦ କରାଯିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଆଦେଶ ଅକ୍ଟୋବର ୩୦ରୁ ଲାଗୁ ହେବ।

ସଂକ୍ରମଣ ସ୍ଥିତିରେ ସୁଧାର ନ ଆସିଲେ ପରେ ପୁଣି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି। ଗତ ୨୪ ଘଣ୍ଟାରେ ସେଣ୍ଟ୍‌ ପିଟର୍ସବର୍ଗରେ ୩,୩୬୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Share