Categories: ଫୁରସତ

୭୦୦ ବର୍ଷ ତଳେ ଏହି ଗାଁକୁ ମିଳିଥିଲା ଅଭିଶାପ, ଆଜି ବି ଏହି କାମ କରିବାକୁ ଡରନ୍ତି ଲୋକେ

ସମସ୍ତେ ଚାହିଁଥାନ୍ତି ବିଳାସପୂର୍ଣ୍ଣ ଘରେ ରହିବାକୁ। ନିଜ ଘରକୁ କେମିତି ସୁନ୍ଦର କରିବେ ସେ ନେଇ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି କେହି ବି ଦ୍ୱିତୀୟ ମହଲା କରନ୍ତି ନାହିଁ। ଏପରି ଭିନ୍ନ ଗାଁ ରାଜସ୍ଥାନରେ ଦେଖିବାକୁ ମିଳେ।


ରାଜସ୍ଥାନର ଚୁରୁ ଜିଲାର ସର୍ଦ୍ଦାର ସହର ତହସିଲ ଅନ୍ତର୍ଗତ ଉଡସର ଗାଁ। କୁହାଯାଏ, ଶହ ଶହ ବର୍ଷ ଧରି ଏହି ଗାଁରେ କେହି ନିଜ ଘରର ଦ୍ୱିତୀୟ ମହଲା ତିଆରି କରିନାହାନ୍ତି। ୭୦୦ ବର୍ଷ ତଳୁ ଏହି ପରମ୍ପରା ଚାଲିଆସୁଛି। ଏହା ପଛରେ ଏକ ଆଶ୍ଚର୍ଯ୍ୟଜନକ କାହାଣୀ ରହିଛି। କୁହାଯାଏ, ଅଭିଶାପ ଯୋଗୁ ଏପରି ହୋଇଛି।


ସ୍ଥାନୀୟ ଲୋକେ କୁହନ୍ତି, ୭୦୦ ବର୍ଷ ତଳେ ଏହି ଗାଁକୁ ଏକ ଅଭିଶାପ ମିଳିଥିଲା। ଏହାପରଠାରୁ କେହି ଲୋକ ଘରେ ଦ୍ୱିତୀୟ ମହଲା କରନ୍ତି ନାହିଁ। ଯଦି ଏପରି କରିବେ ତେବେ ପରିବାର ପ୍ରତି ବିପଦ ମାଡ଼ିଆସିବ। ତେଣୁ ଏହି ପରମ୍ପରାକୁ ଗ୍ରାମବାସୀ ସେହିଦିନଠାରୁ ମାନି ଆସୁଛନ୍ତି।

Share