ତାରସିଂ ରେଞ୍ଜରେ ଦନ୍ତା ଆତଙ୍କ, ଲୋକେ ଭୟଭୀତ

ଭଞ୍ଜନଗର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ଗୋଟିଏ ଦନ୍ତା ହାତୀ ଆଜକୁ ପ୍ରାୟ ୧୫ଦିନ ହେବ ଆତଙ୍କ ଚଳାଇଛି। ବିଳମ୍ବିତ ରାତି ହେଲେ ଜଙ୍ଗଲରୁ ବାହାରି ନିକଟବର୍ତ୍ତି ଗ୍ରାମଗୁଡ଼ିକରେ ପଶି ଘରର କବାଟ ବାଡ଼େଇ ଭାଙ୍ଗି ଦେଉଛି । ଘରେ ଯାହା ଖାଦ୍ୟ ପଦାର୍ଥ ଥିବ ତାହାକୁ ଖାଇ ଦେଉଛି। ଗୁରୁବାର ରାତିରେ ତିରିଗୋଚ୍ଛାରେ ଏହିଭଳି ଆତଙ୍କ କରିଥିଲା। ଏହାପୁର୍ବରୁ ଉକ୍ତ ଦନ୍ତାହାତୀଟି କନ୍ଧସାରଳା, କନ୍ଧନବଗୋଚ୍ଛା, ଗ୍ରାମଦେବତୀ, ମାଣପୁର, ତିନିଛକିଆ, ବାରଦଣ୍ଡା, ଶିଶୁଣ୍ଡା, ମାଟିଗାଡ଼ିଆ ପ୍ରମୁଖ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଦନ୍ତାହାତୀ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବର୍ତ୍ତମାନ ଦନ୍ତାଟି ଘର ଭାଙ୍ଗିବା ସହ ଫସଲ କ୍ଷତି କରୁଥିଲେ ମଧ୍ୟ ଭବିଷ୍ୟତରେ ଲୋକଙ୍କ ଜୀବନ ପ୍ରତି ବିପଦ ଅଛି । ଅନ୍ୟପଟେ ବନ ବିଭାଗ ଉକ୍ତ ଦନ୍ତାକୁ ନିୟନ୍ତ୍ର୍‌ଣ କରିପାରୁନାହିଁ। ତାରସିଂ ରେଞ୍ଜର ତାରାକାନ୍ତ ଉଦ୍‌ଗାତା ଆଜକୁ ୫ମାସ ହେବ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ପଳାଇଛନ୍ତି। ତାଙ୍କ ସ୍ଥାନରେ ଜଣେ ଡ଼େପୁଟି ରେଞ୍ଜର କୃତିବାସ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ତେଣୁ ଡ଼ିଏଫଓ ଇତିମଧ୍ୟରେ ୨ଜଣ ଡ଼େପୁଟି ରେଞ୍ଜର, ଜଣେ ବନପାଳ, ୨ଜଣ ବନରକ୍ଷୀଙ୍କୁ ପୁଣି ଉକ୍ତ ରେଞ୍ଜକୁ କେବଳ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଡ଼େପୁଟେସନରେ ପଠାଇଛନ୍ତି। କିନ୍ତୁ କର୍ମଚାରୀମାନେ ଗୋଟିଏ ପଟେ ହାତୀକୁ ଜଗୁଥିବା ବେଳେ ହାତୀ ଆଉ ଗୋଟେ ପଟେ ବାହାରିଯାଉଛି। ଶୁକ୍ରବାର ସୁଧା ଏହି ବନଖଣ୍ଡରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଅନୁମାନ କରାଯାଉଛିଦ୍‌। .ଏନେଇ ଡ଼େପୁଟି ରେଞ୍ଜର କୃତିବାସ କୁମାର କହିଛନ୍ତି ଯେ, ହାତୀ ସେଭଳି କିଛି ବଡ଼ଧରଣର କ୍ଷତି କରିନାହିଁ । ତେଣୁ କାହାକୁ କ୍ଷତିପୁରଣ ଦେବା ଯୋଜନା ନାହିଁ। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି। ହାତୀର ଗତିବିଧି ଜାଣିବା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri