ଜଣ୍ଡିସ୍‌ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷରେ ଜିଲାର ଏବେ ଏକ ନୂଆ ସମସ୍ୟା ଜଣ୍ଡିସ୍‌। ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଏପରି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ସମସ୍ୟାରେ ଏହି ରୋଗ ବଢ଼ୁଥିବା ଜିଲାରେ ଏବେ ଆଲୋଚନା ହେଉଛି। ଭୂଗର୍ଭ ଜଳ ସଙ୍କଟରେ ଥିବା ଜିଲାରେ ପାଉଚ, ବୋତଲ, ଲସି, ଆଇସକ୍ରିମ ଆଦି ଶୋଷ ମେଣ୍ଟାଉ ଥିବା ବେଳେ ଏହାର ମୂଳ ଭିତ୍ତିଭୂମି ପାଣିର ନମୁନା ସଂଗ୍ରହ କରି ଯାଞ୍ଚ କରାଯାଉନାହିଁ। ଯାହା ଏବେ ଜିଲାବାସୀଙ୍କ ଚିନ୍ତାର କାରଣ ସାଜିଛି।
ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଖରାଦିନ ଆରମ୍ଭରୁ ଜିଲାର ଉପାନ୍ତ ଅଞ୍ଚଳରେ ଜଣ୍ଡିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ ଏହି ରୋଗରେ ଜିଲାର ୧୪ ଲୋକଙ୍କ ମୃତ୍ୟୁ ହୋଇଛି। ଜଣ୍ଡିସ୍‌ ପାଇଁ ଅନ୍ୟ କାରଣ ଥିଲେ ମଧ୍ୟ ଅସ୍ବାସ୍ଥ୍ୟକର ପାନୀୟ ଜଳ ଏହାକୁ ଅଧିକ ଜଟିଳ କରିଛି। ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜକନିକା, ରାଜନଗର, ଆଳି, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଲୁଣିଆ। ଏଥିସହ ଅନ୍ୟ ୪ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ସର୍ଭେ ହୋଇଛି। ନଦୀଜଳକୁ ପାନୀୟ ଜଳ ଭାବେ ବ୍ୟବହାର ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି। ସମୟ ଅବଧି ସରିଥିଲେ ମଧ୍ୟ ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇନାହିଁ। ଫଳରେ ସାଧାରଣ ଲୋକ ଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ବିଭିନ୍ନ ରୋଗରେ ପଡୁଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା କହିଛନ୍ତି, ଅଧିକାଂଶ ନଳକୂପ ଅଚଳ। ଶୋଷ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରେ ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଏହି ପାଣି କେବେ ସୁଦ୍ଧା ବ୍ୟବହାର କରିହେବ, ସେଥିନେଇ ତା’ ଉପରେ କୌଣସି ସୂଚନା ନାହିଁ। ବିଭିନ୍ନ ସ୍ଥାନରେ ନକଲି ପାଣି ପାଉଚ ଓ ବୋତଲ ଫ୍ୟାକ୍ଟ୍ରି ବ୍ୟବସାୟ ଲମ୍ବି ଚାଲିଛି। ସେହିପରି ଖରାଦିନେ ଆଇସକ୍ରିମ, ଲସି, ଫଳରସ ଆଦିର ଚାହିଦା ବଢ଼ିଛି। କାରଖାନାରେ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ନମୁନା ଜିଲା ପ୍ରଶାସନର ଅଧିକାରୀ ସଂଗ୍ରହ କରି ପରୀକ୍ଷା କରିବା ନଜିର ନାହିଁ। ଏପରି ପାଣି ପିଇବା ପରେ ଜଣ୍ଡିସ୍‌ ରୋଗ ବଢ଼ୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ବୀରେନ କୁମାର ଦାସ କହିଛନ୍ତି, ଦୁଇବର୍ଷ ପୂର୍ବେ ପାଣିରେ ଇକୋଲି ଥିବା ପରୀକ୍ଷା ପରେ ଜଣାପଡିଥିଲା। ସେହିପରି ପଡୋଶୀ ଜିଲାର ଶିଳ୍ପ ବର୍ଜ୍ୟବସ୍ତୁ ଜିଲାରେ ପ୍ରବାହିତ ନଦୀ ଓ ନାଳରେ ମିଶୁଥିବାରୁ ଜଳ ଏବେ ରୋଗ ବାହକ ହୋଇଛି। ଏହାବ୍ୟତୀତ ଉନ୍ନୟନ କାର୍ଯ୍ୟ ସମୟରେ ଗଛକଟା ହେଉଥିଲେ ମଧ୍ୟ ଏହାର ପରିପୂରକ ଗଛ ଲଗାଯାଉନାହିଁ। ଖରାରେ ଅତିଷ୍ଠ ଲୋକ ପାଣି ପାଇଁ ଏବେ ପ୍ରଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଖରାଦିନେ ପାଣି ବ୍ୟବସ୍ଥା କରୁଥିଲେ ମଧ୍ୟ ତାହା ମାଠିଆ, ବ୍ୟାନର ଓ ଟଙ୍କା ଖର୍ଚ୍ଚରେ ସୀମିତ ରହୁଛି। ଜଳ ସଙ୍କଟ ଥିବା ଏହି ଜିଲାର ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ସେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜନସାଧାରଣଙ୍କୁ ଖରାରୁ ବଞ୍ଚତ୍ବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଏଥିସହ ପାନୀୟ ଜଳ ଯୋଗଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri