୪୫ ଟିକିଆ ହାତୀପଲଙ୍କୁ ନେଇ ଲୋକେ ଆତଙ୍କିତ

ମୋରଡ଼ା,୫।୫(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଓ ବେତନଟି ରେଞ୍ଜ୍‌ରେ ବର୍ଷତମାମ ହାତୀ ଉପଦ୍ରବ ଜାରି ରହିଛି। ହାତୀ ଉପଦ୍ରବକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହେଲେଣି। ଗୁରୁବାର ଦିନତମାମ ବ୍ଲକର ଶୁଖିଲାଖାଳି ଜଙ୍ଗଲରେ ୪୫ଟିକିଆ ଝାଡ଼ଖଣ୍ଡୀ ହାତୀପଲ ଥିବାବେଳେ ସାରେ ଚିତ୍ରଡ଼ା-ଦାନ୍ତିଆମୁହଁା ମୁଖ୍ୟରାସ୍ତା ପାର୍‌ କରି ବେତନଟି ରେଞ୍ଜ୍‌ର ଭାଲୁକଚୁଆ ଜଙ୍ଗଲରେ ପ୍ରବେଶ କରିଛନ୍ତି। ତେବେ ହାତୀପଲଙ୍କ ଉପରେ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶ ଯେ, ବୁଧବାର ରାତିରେ ଏହି ବ୍ଲକ ଅଧୀନ ସଙ୍ଗାଡିହି ଗ୍ରାମର ମଙ୍ଗଲ ହେମ୍ବ୍ରମ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଶୁଣ୍ଢରେ ତାଙ୍କୁ କଚାଡ଼ି ଦେବାରୁ ଗୁରୁତର ହୋଇଛନ୍ତି। ଝାଡ଼ଖଣ୍ଡୀ ହାତୀପଲଙ୍କୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।