ଗାଁ ଛାଡୁଛନ୍ତିି ଲୋକେ

ବାରିପଦା ଅଫିସ,୧୨ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଶିଆଳିଘାଟି ଓ ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ୪ଟି ଗ୍ରାମର ଲୋକେ ପ୍ରଶାସନିକ ଅବହେଳାରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଦିନ ଥିବାରୁ ଏବେଠାରୁ ଏହି ୪ ଗ୍ରାମର ଲୋକେ ଜଳବନ୍ଦୀ ହେବା ଚିନ୍ତାରେ ଘାରି ହେଉଛନ୍ତି। ବନ୍ୟା ଆଶ୍ରୟସ୍ଥଳୀ ନ ଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ପୋଲ ନିର୍ମାଣ ପାଇଁ ଲୋକେ ଦୀର୍ଘ ବର୍ଷ ହେଲା ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଲୋକେ ଗମନାଗମନ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷା ଦିନେ ବୁଢ଼ାବଳଙ୍ଗ ନଦୀର ଉଦ୍‌ବୃତ୍ତ ପାଣି ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ। କିଛି ବର୍ଷ ପୂର୍ବେ କୁଆପାଳ, ମୁକ୍ତାପୁର ଓ ନୀଳକଣ୍ଠପୁର ପ୍ରଭୃତି ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯାଇଥିବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ର, ରାଧାକୃଷ୍ଣ ପାତ୍ର ଓ ଆନନ୍ଦ ଶଙ୍କର ପାତ୍ର କହିଛନ୍ତି। ଏଭଳି ସମସ୍ୟାକୁ ନେଇ ଇତିମଧ୍ୟରେ ଅନେକ ପରିବାର ଗାଁ ଛାଡ଼ି ଅନ୍ୟତ୍ର ବସବାସ କରୁଥିବା ଦେଖିବାକୁ ମିଳିଛି।
ବର୍ଷା ଋତୁରେ ନଈ ବଢ଼ିଲେ ଉକ୍ତ ୪ ଗ୍ରାମବାସୀଙ୍କ ଚିନ୍ତା ବଢ଼େ। ନଦୀର ଉଦ୍‌ବୃତ୍ତ ଜଳ ଗାଁରେ ପଶି ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଜରୁରିକାଳୀନ ସେବା ପାଇବାରୁ ଲୋକେ ବଞ୍ଚତ୍ତ ହେବା ସହିତ ଠିକ୍‌ ସମୟରେ ରିଲିଫ ସାମଗ୍ରୀ ମିଳିବାରେ ବିଳମ୍ବ ହୋଇଥାଏ। ବଡ଼ସାହି ବ୍ଲକ ମୁଖ୍ୟାଳୟଠାରୁ ୧୫କି.ମି. ଦୂରରେ ବାଘୁଆପାଳ, ପତରାପଦା, ମାଙ୍କଡ଼ାପାଳ ଓ ଭଞ୍ଜବାଟି ଗ୍ରାମ ଅବସ୍ଥିତ। ଏହି ୪ ଗାଁରେ ୧୦ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଚାଷ ସେମାନଙ୍କର ମୁଖ୍ୟ ଜୀବିକା। ପ୍ରତି ବର୍ଷ ବନ୍ୟା ପାଣି ଗାଁରେ ପଶିବା ଦ୍ୱାରା ଗୃହପାଳିତ ପ୍ରାଣୀ ବିଶେଷ ପ୍ରଭାବିତ ହେଉଥିବା ବେଳେ ପରିବା ଚାଷ ମଧ୍ୟ ନଷ୍ଟ ହେଉଛି। ପାଣି ଘେରରେ ବାଘୁଆପାଳ ଓ ଭଞ୍ଜବାଟୀ ଗ୍ରାମର ଲୋକମାନେ ଜଳବନ୍ଦୀ ହୋଇ ରହିଥାନ୍ତି। ରାସ୍ତାଘାଟ ଧୋଇ ନଷ୍ଟ ହୋଇଯାଇଥାଏ। ପାଣି ଛାଡ଼ିବା ପରେ ଦୀର୍ଘ ୧୫କି.ମି. ବୁଲି ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ବିପନ୍ନଙ୍କ ପାଇଁ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି। ଗମନାଗମନର ସୁବିଧା ନିମନ୍ତେ ବଳଭଦ୍ରପୁର ପଞ୍ଚାୟତର ସିଂହଟିଆରୁ ବାଘୁଆପାଳ ଗାଁ ମଧ୍ୟରେ ଏକ ପୋଲ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଛି। ଏ ନେଇ ଶିରିଶ ଚନ୍ଦ୍ର ଗିରିଙ୍କ ନେତୃତ୍ୱରେ ୪ ଗ୍ରାମର ହଜାର ହଜାର ଲୋକଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଯୋଜନା ବୋର୍ଡ ଅଧ୍ୟକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ବାଲେଶ୍ୱର ଏମ୍‌ପି, ସ୍ଥାନୀୟ ବିଧାୟକ ଓ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳି ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଉକ୍ତ ସ୍ଥାନରେ ପୋଲ ନିର୍ମାଣ ହେଲେ ବଳଭଦ୍ରପୁର, ଶିଆଳୀଘାଟି ଓ ପାଉଁଶିଆ ଆଦି ପଞ୍ଚୟତର ଲୋକେ ମୁଖ୍ୟାଳୟକୁ ସୁରୁଖୁରୁରେ ଯାତାୟାତ କରିବା ସହିତ ସେମାନଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri