ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଲୋକେ

ରାଉରକେଲା ଅଫିସ,୧୭।୪: ରାଉରକେଲା ଟିସିଆଇରୁ ଆଇଡିସି ବାଇପାସ ରାସ୍ତାକୁ ଗ୍ୟାସ ପାଇପ୍‌ ବିଛାଇବା ନାଁରେ ଖୋଳି ଦିଆଯାଇଛି। ଉକ୍ତ ରାସ୍ତାକୁ ପୋତାଯାଉ ନ ଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରାଉରକେଲା ଟିସିଆଇରୁ ଆଇଡିସି ବାଇପାସ ରାସ୍ତା ରାସ୍ତାରେ ମଇଳା ପୁନଃଚକ୍ରଣ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କମ୍ପାନୀ ରହିଥିବାରୁ ଦୈନିକ ହଜାର ହଜାର ଛୋଟବଡ ଯାନବାହନ ଯାତାୟାତ କରୁଛି। ଏଥିସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ରାସ୍ତାରେ ଯାତାୟାତ କରିଥାନ୍ତି। ତେବେ ଗ୍ୟାସ୍‌ ପାଇପ୍‌ ଲାଇନ କାମ ନାଁରେ ଟିସିଆଇରୁ ଆଇଡିସି ବାଇପାସ ପର୍ଯ୍ୟନ୍ତ ରାସ୍ତାକୁ ଠିକା ସଂସ୍ଥା ଖୋଳି ଦେଇଛି। ଦିର୍ଘଦିନ ଧରି ଏହି ଗାତକୁ ପୋତାଯାଉନାହିଁ। କେଉଁଠି ସତର୍କ ସୂଚନା ବୋର୍ଡ ଲଗାଯାଇଥିବା ବେଳେ ଅନ୍ୟ କେଉଁଠି ସୂଚନା ବୋର୍ଡ ମଧ୍ୟ ନାହିଁ। ଏଣୁ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଆଶଙ୍କା ରହିଛି। ବିଶେଷକରି ରାତିରେ ଗାଡିଚାଳନା ବେଳେ ଲୋକଙ୍କୁ ଅଧିକ ସତର୍କ ହେବାକୁ ପଡୁଛି। ଦୀର୍ଘବର୍ଷ ହେଲା ଟିସିଆଇ-ଆଇଡିସି ରାସ୍ତାରେ ମାଟି ମୁଠାଏ ପଡି ନ ଥିବା ବେଳେ ଏବେ ଖୋଳାଯିବା ଦ୍ୱାରା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା କଡ଼ରେ ହୋଟେଲ କରିଥିବା ଲକ୍ଷ୍ମୀ ସା କୁହନ୍ତି, ରାସ୍ତାର ଉନ୍ନତୀକରଣ ହେଉନି। ସମ୍ପୂର୍ଣ୍ଣ ରାସ୍ତା ବିପର୍ଯ୍ୟସ୍ତ ହୋଇଗଲାଣି। ଫର୍ସାଟୋଲି ଛକରେ ରାସ୍ତାରୁ ଧୂଳିମାଟି ଉଡି ଦୋକାନରେ ଜମୁଛି। ବହୁ ବ୍ୟବସାୟୀ ଏଥିପାଇଁ ଦୋକାନ ବନ୍ଦ କରିଦେଇଛନ୍ତି। କିଛିଦିନ ହେଲା ଏହି ବାଇପାସ ରାସ୍ତାରେ ଗ୍ୟାସ୍‌ ପାଇପ୍‌ ବିଛାଇବା ନାଁରେ ସମ୍ପୂର୍ଣ୍ଣ ରାସ୍ତା ଖୋଳା ଚାଲିଛି ମାତ୍ର ପୋତା ଯାଉନାହିଁ। ଯାତ୍ରୀ ବହୁତ ଅସୁବିଧା ଭୋଗୁଛନ୍ତି ବୋଲି ସେ କହିଥିଲେ। ଏ ସମ୍ପର୍କରେ ପାନପୋଷ ଉପଜିଲାପାଳ ଅଭିମନ୍ୟୁ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ୟାସ୍‌ ପାଇପ୍‌ ବିଛାଉଥିବା ସମ୍ପୃକ୍ତ ସଂସ୍ଥା ରାସ୍ତା ଖୋଳି ସାରିବା ପରେ ତୁରନ୍ତ ପାଇପ୍‌ ପୋତିବା କଥା। ରାସ୍ତାକୁ ସମତୁଲ କରି ଯାତାୟାତ ଉପଯୋଗୀ କରିବା ଦରକାର। ଏଭଳି ନ କରି ରାସ୍ତା ଖୋଳି ଦେଇ ଚୁପ୍‌ ରହିବା ଉଚିତ ନୁହଁ। ତୁରନ୍ତ ରାସ୍ତାକୁ ପୋତି ସମତୁଲ କରିବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍‌ କରାଯିବ ବୋଲି ମାଝୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri