ଖାଦ୍ୟ ପରଷିବାରେ ବିଳମ୍ବ ପାଇଁ ପିଅନ ନିଲମ୍ବିତ

ବାସୁଦେବପୁର,୨୮।୪ (ଡି.ଏନ.ଏ.): ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ଖାଦ୍ୟ ପରଷିବାରେ ବିଳମ୍ବ ହେଲା। ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଫିସ୍‌ ପିଅନ ପ୍ରଶାନ୍ତ ବାଗ। ସୂଚନା ଅନୁଯାୟୀ, ଜିଲା ପରିଷଦ ସିଡିଓ (ମୁଖ୍ୟ ଉନ୍ନୟନ ଅଧିକାରୀ) ପ୍ରତାପ ପ୍ରୀତିମୟ ବୁଧବାର ଅପରାହ୍ନ ୨ଟା ୩୦ରେ ବାସୁଦେବପୁର ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ପହଞ୍ଚତ୍ ପ୍ରାୟ ୪ଟା ୩୦ ପର୍ଯ୍ୟନ୍ତ ରହିଥିଲେ। ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ପିଅନ ପ୍ରଶାନ୍ତ ଖାଦ୍ୟ ପରଷିବା ଦାୟିତ୍ୱରେ ଥିଲେ। ଅପରାହ୍ନ ୪ଟା ମଧ୍ୟରେ ସେ ସିଡିଓଙ୍କୁ ଖାଇବା ପାଇଁ ଏକାଧିକବାର ଡାକିଥିଲେ। କିନ୍ତୁ ସେ ଖାଦ୍ୟ ନ ଖାଇ ଡାକବଙ୍ଗଳାରେ ଶୋଇ ରହିଥିଲେ। ଏହି ସମୟ ମଧ୍ୟରେ ସିଡିଓଙ୍କ ସହ ଆସିଥିବା ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଖାଇଥିଲେ। ସିଡିଓ ଖାଇ ନ ଥିବାରୁ ପ୍ରଶାନ୍ତ ୪ଟା ପର୍ଯ୍ୟନ୍ତ ଉପାସରେ ରହି ଡାକବଙ୍ଗଳା ପରିସରରେ ଅପେକ୍ଷା କରି ରହିଥିଲେ। ହେଲେ ସିଡିଓ ୪ଟା ୧୫ରେ ଉଠିବା ପରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ବ୍ଲକ ଅଫିସ୍‌ରେ ପହଞ୍ଚତ୍ଥିଲେ। ପ୍ରଶାନ୍ତ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଇ ତାଙ୍କୁ ନିଲମ୍ବନ ପାଇଁ ବିଡିଓଙ୍କୁ କହିଥିଲେ। ସିଡିଓଙ୍କ ଅସନ୍ତୋଷ ଆଧାରରେ ବିଡିଓ ସତ୍ୟଜିତ ରାଉତ ଚିଠି ନଂ. ୨୨୪୦, ତା ୨୬ା୪ା୨୩ ରିଖରେ ତାଙ୍କୁ ନିଲମ୍ବନ କରିଛନ୍ତି। ପ୍ରଶାନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହା ଦର୍ଶାଇଛନ୍ତି।
ଏହି ଖବର ଜାଣିବା ପରେ ବ୍ଲକର ସେକ୍ସନ ଅଫିସର ରାମଜିତ ମାରାଣ୍ଡିଙ୍କ ସମେତ କେତେକ କର୍ମଚାରୀ ସିଡିଓଙ୍କୁ ଭେଟି ପ୍ରଶାନ୍ତଙ୍କୁ ନିଲମ୍ବନ ନ କରିବାକୁ ନିବେଦନ କରିଥିବା ବେଳେ ସିଡିଓ ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ସେମାନେ କହିଛନ୍ତି। ଏହାକୁ ନେଇ ବ୍ଲକ ଓ ତହସିଲ କର୍ମଚାରୀ ସଂଘର ଏକ ମିଳିତ ବୈଠକ ଗୁରୁବାର ଡକାଯାଇଥିଲା। ଦୁଇଦିନ ମଧ୍ୟରେ ଉକ୍ତ ପିଅନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଗଲେ ବ୍ଲକ ଓ ତହସିଲ କର୍ମଚାରୀମାନେ ଆନ୍ଦୋଳନ ସହ ଧାରଣାରେ ବସିବେ ବୋଲି ଏକ ଲିଖିତ ଅଭିଯୋଗ ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏନେଇ ଏମ୍‌ପି, ବାସୁଦେବପୁର ବିଧାୟକ, ଭଦ୍ରକ ସିଡିଓ, ବିଡିଓ, ବ୍ଲକ ଅଧ୍ୟକ୍ଷ ଓ ମିଳିତ କର୍ମଚାରୀ ସଂଘ ସମ୍ପାଦକଙ୍କୁ ଅବଗତ କରାଯାଇଛି।
ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ସିଡିଓଙ୍କ ସେବାରେ ତାଙ୍କର କୌଣସି ତ୍ରୁଟି ହୋଇନାହିଁ। ତାଙ୍କୁ ନିଲମ୍ବିତ କରାଯିବା ଘଟଣାରେ ସେ ମର୍ମାହତ। ଉକ୍ତ ଆଦେଶ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଛନ୍ତି। ସିଡିଓଙ୍କ ଅସନ୍ତୋଷ ଆଧାରରେ ପିଅନଙ୍କୁ ନିଲମ୍ବନ କରିଥିବା ବିଡିଓ ରାଉତ କହିଛନ୍ତି। ଏନେଇ ସିଡିଓ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ଉକ୍ତ ପିଅନଙ୍କୁ ସେ ତାଙ୍କ ବ୍ୟାଗ୍‌ ଓ ଡାଏରୀ ଧରିବା ପାଇଁ କହିବାରୁ ସେ ମନା କରିବା ସହ ଓଲଟା ତାଙ୍କ ବ୍ୟାଗ୍‌ ଧରିବାକୁ କହି ଦୁର୍ବ୍ୟବହାର କରିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri