ଖାଦ୍ୟ ପରଷିବାରେ ବିଳମ୍ବ ପାଇଁ ପିଅନ ନିଲମ୍ବିତ

ବାସୁଦେବପୁର,୨୮।୪ (ଡି.ଏନ.ଏ.): ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ଖାଦ୍ୟ ପରଷିବାରେ ବିଳମ୍ବ ହେଲା। ଏଣୁ କାର୍ଯ୍ୟରେ ଅବହେଳା କରିଥିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଫିସ୍‌ ପିଅନ ପ୍ରଶାନ୍ତ ବାଗ। ସୂଚନା ଅନୁଯାୟୀ, ଜିଲା ପରିଷଦ ସିଡିଓ (ମୁଖ୍ୟ ଉନ୍ନୟନ ଅଧିକାରୀ) ପ୍ରତାପ ପ୍ରୀତିମୟ ବୁଧବାର ଅପରାହ୍ନ ୨ଟା ୩୦ରେ ବାସୁଦେବପୁର ତହସିଲ ପରିସରରେ ଥିବା ଡାକବଙ୍ଗଳାରେ ପହଞ୍ଚତ୍ ପ୍ରାୟ ୪ଟା ୩୦ ପର୍ଯ୍ୟନ୍ତ ରହିଥିଲେ। ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ପିଅନ ପ୍ରଶାନ୍ତ ଖାଦ୍ୟ ପରଷିବା ଦାୟିତ୍ୱରେ ଥିଲେ। ଅପରାହ୍ନ ୪ଟା ମଧ୍ୟରେ ସେ ସିଡିଓଙ୍କୁ ଖାଇବା ପାଇଁ ଏକାଧିକବାର ଡାକିଥିଲେ। କିନ୍ତୁ ସେ ଖାଦ୍ୟ ନ ଖାଇ ଡାକବଙ୍ଗଳାରେ ଶୋଇ ରହିଥିଲେ। ଏହି ସମୟ ମଧ୍ୟରେ ସିଡିଓଙ୍କ ସହ ଆସିଥିବା ତାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଖାଇଥିଲେ। ସିଡିଓ ଖାଇ ନ ଥିବାରୁ ପ୍ରଶାନ୍ତ ୪ଟା ପର୍ଯ୍ୟନ୍ତ ଉପାସରେ ରହି ଡାକବଙ୍ଗଳା ପରିସରରେ ଅପେକ୍ଷା କରି ରହିଥିଲେ। ହେଲେ ସିଡିଓ ୪ଟା ୧୫ରେ ଉଠିବା ପରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ବ୍ଲକ ଅଫିସ୍‌ରେ ପହଞ୍ଚତ୍ଥିଲେ। ପ୍ରଶାନ୍ତ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଇ ତାଙ୍କୁ ନିଲମ୍ବନ ପାଇଁ ବିଡିଓଙ୍କୁ କହିଥିଲେ। ସିଡିଓଙ୍କ ଅସନ୍ତୋଷ ଆଧାରରେ ବିଡିଓ ସତ୍ୟଜିତ ରାଉତ ଚିଠି ନଂ. ୨୨୪୦, ତା ୨୬ା୪ା୨୩ ରିଖରେ ତାଙ୍କୁ ନିଲମ୍ବନ କରିଛନ୍ତି। ପ୍ରଶାନ୍ତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହା ଦର୍ଶାଇଛନ୍ତି।
ଏହି ଖବର ଜାଣିବା ପରେ ବ୍ଲକର ସେକ୍ସନ ଅଫିସର ରାମଜିତ ମାରାଣ୍ଡିଙ୍କ ସମେତ କେତେକ କର୍ମଚାରୀ ସିଡିଓଙ୍କୁ ଭେଟି ପ୍ରଶାନ୍ତଙ୍କୁ ନିଲମ୍ବନ ନ କରିବାକୁ ନିବେଦନ କରିଥିବା ବେଳେ ସିଡିଓ ସେମାନଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ସେମାନେ କହିଛନ୍ତି। ଏହାକୁ ନେଇ ବ୍ଲକ ଓ ତହସିଲ କର୍ମଚାରୀ ସଂଘର ଏକ ମିଳିତ ବୈଠକ ଗୁରୁବାର ଡକାଯାଇଥିଲା। ଦୁଇଦିନ ମଧ୍ୟରେ ଉକ୍ତ ପିଅନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରା ନ ଗଲେ ବ୍ଲକ ଓ ତହସିଲ କର୍ମଚାରୀମାନେ ଆନ୍ଦୋଳନ ସହ ଧାରଣାରେ ବସିବେ ବୋଲି ଏକ ଲିଖିତ ଅଭିଯୋଗ ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରିଛନ୍ତି। ଏନେଇ ଏମ୍‌ପି, ବାସୁଦେବପୁର ବିଧାୟକ, ଭଦ୍ରକ ସିଡିଓ, ବିଡିଓ, ବ୍ଲକ ଅଧ୍ୟକ୍ଷ ଓ ମିଳିତ କର୍ମଚାରୀ ସଂଘ ସମ୍ପାଦକଙ୍କୁ ଅବଗତ କରାଯାଇଛି।
ଏ ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ସିଡିଓଙ୍କ ସେବାରେ ତାଙ୍କର କୌଣସି ତ୍ରୁଟି ହୋଇନାହିଁ। ତାଙ୍କୁ ନିଲମ୍ବିତ କରାଯିବା ଘଟଣାରେ ସେ ମର୍ମାହତ। ଉକ୍ତ ଆଦେଶ ପ୍ରତ୍ୟାହାର ପାଇଁ ସେ ନିବେଦନ କରିଛନ୍ତି। ସିଡିଓଙ୍କ ଅସନ୍ତୋଷ ଆଧାରରେ ପିଅନଙ୍କୁ ନିଲମ୍ବନ କରିଥିବା ବିଡିଓ ରାଉତ କହିଛନ୍ତି। ଏନେଇ ସିଡିଓ ପ୍ରତାପ ପ୍ରୀତିମୟଙ୍କୁ ପଚାରିବାରୁ ଉକ୍ତ ପିଅନଙ୍କୁ ସେ ତାଙ୍କ ବ୍ୟାଗ୍‌ ଓ ଡାଏରୀ ଧରିବା ପାଇଁ କହିବାରୁ ସେ ମନା କରିବା ସହ ଓଲଟା ତାଙ୍କ ବ୍ୟାଗ୍‌ ଧରିବାକୁ କହି ଦୁର୍ବ୍ୟବହାର କରିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?