ବିମାନ ବନ୍ଦର ବିସ୍ଫୋରଣ: ସ୍ପଷ୍ଟ କଲା ପେଣ୍ଟାଗନ

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ହମିଦ୍‌ କାରଜାଇ ବିମାନ ବନ୍ଦରରେ ଗୁରୁବାର ରାତିରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣ ପଛରେ ଜଣେ ଆତ୍ମଘାତୀ ବିସ୍ଫୋରକ ଥିଲେ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ସେନାର ମେଜର ଜେନେରାଲ ଓ୍ବିଲିୟମ ଟେଲର କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଯାଉଛି ଯେ, କାବୁଲ ବିମାନ ବନ୍ଦରସ୍ଥିତ ବାରୋନ ହୋଟେଲ ନିକଟରେ କୌଣସି ଦ୍ୱିତୀୟ ବିସ୍ଫୋରଣ ଘଟି ନ ଥିଲା। ଏହା ପଛରେ ଜଣେ ଆତ୍ମଘାତୀ ବିସ୍ଫୋରକ ଥିଲେ। ଏହି ବିସ୍ଫୋରଣରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ଆହତ ହୋଇଥିବା ଆଫଗାନ୍‌ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share