ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି ଚାଇନା, ୨୦୩୫ ସୁଦ୍ଧା ୧୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିବ- ପେଣ୍ଟାଗନ ରିପୋର୍ଟ

ବେଜିଂ,୩୦ ।୧୧: ପେଣ୍ଟାଗନର ଏକ ରିପୋର୍ଟରେ ଚାଇନାକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଚାଇନା କିଭଳି ଦ୍ରୁତ ଗତିରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି । ଏହି ରିପୋର୍ଟରେ କୁହାଯାଇଛି ଆସନ୍ତା ପ୍ରାୟ ୧୨ ବର୍ଷ ମଧ୍ୟରେ ଚାଇନା ନିକଟରେ ୧୫୦୦ରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବ । ସୂଚନାଯୋଗ୍ୟ, ପେଣ୍ଟାଗନ ହେଉଛି ଆମେରିକାର ପ୍ରତିରକ୍ଷା ବିଭାଗ । ଏହା ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟତୀତ ବିଶ୍ୱରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥାଏ । ଏହି ରିପୋର୍ଟରେ କୁହାଯାଇଛି କି ଚାଇନା ଆନୁମାନିକ ବେଗଠାରୁ ଅଧିକ ବେଗରେ କାମ କରୁଛି ଏବଂ ବର୍ତ୍ତମାନ ଚାଇନା ନିକଟରେ ୪୦୦ ପରମାଣୁ ଅସ୍ତ୍ର ରହିଛି ।
ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଚାଇନା କିଭଳି ଲଗାତାର ଭାବେ ଆମେରିକା ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଚାଲିଛି । ଏହି ରିପୋର୍ଟରେ କୁହାଯାଇଛି ଚାଇନା ବିଶ୍ୱର ସବୁଠାରୁ ମହାଶକ୍ତି ଭାବେ ଆମେରିକାକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି । ସେଥିପାଇଁ ସେ ତା’ର ପରମାଣୁ ଅସ୍ତ୍ର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିପଡିଛି ।

Share