Categories: ଫୁରସତ

ଶପିଂ ମଲ୍‌ରେ ପେଙ୍ଗୁଇନ୍‌

ଓ୍ବାଶିଂଟନ: ସବୁ ଦେଶରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କର ଅବାଧ ବିଚରଣ ଦେଖିବାକୁ ମିଳୁଛି। କେଉଁଠି ବାଘ, ସିଂହ ଭଳି ଜଙ୍ଗଲୀ ପଶୁ ରାସ୍ତା ଉପରେ ବେଶ୍‌ ଆରାମରେ ବିଚରଣ କରୁଛନ୍ତି ତ କେଉଁଠି ମୟୂରମାନେ ବି ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ଠିକ୍‌ ସେମିତି ପେଙ୍ଗୁଇନ୍‌ମାନେ ବି ଶପିଂ ମଲ୍‌କୁ ଆସିଥିବାର ଏକ ଭିଜୁଆଲ୍‌ ଏବେ ଭାଇରାଲ୍‌ ହେଉଛି। ଆମେରିକାର ଏକ ଶପିଂ ମଲ୍‌ରେ ଦୁଇଟି ପେଙ୍ଗୁଇନ୍‌ ଆସି ଏକ ଗିପ୍ଟ ଦୋକାନରେ ବେଶ୍‌ କିଛି ସମୟ ରହି ବୁଲାବୁଲି କରୁଛନ୍ତି। ପେଙ୍ଗୁଇନ୍‌ଙ୍କର ଏହି ସମୟର ଭିଡିଓ ଦେଖିବା ପାଇଁ ବେଶ୍‌ ଆକର୍ଷଣୀୟ।
ଗିପ୍ଟ ଦୋକାନରେ ଛୋଟପିଲାମାନେ ବେଶ୍‌ ଉତ୍ସାହର ସହିତ ଯେପରି ବୁଲନ୍ତି ଭିଡିଓରେ ପେଙ୍ଗୁଇନ୍‌ମାନେ ବି ଠିକ୍‌ ସେହିପରି ବୁଲୁଛନ୍ତି। ଏମିତିକି ଗିପ୍ଟ ଦୋକାନରେ ପେଙ୍ଗୁଇନ୍‌ କଣ୍ଢେଇକୁ ଦେଖି ସେଠାରେ ପାଖକୁ ଯାଇ ଢେର କିଛି ସମୟ ଅଟକି ରହୁଛନ୍ତି। ଏମିତିଭାବେ ଦୋକାନ ସାରା ପେଙ୍ଗୁଇନ୍‌ଙ୍କର ବୁଲିବାର ଭିଡିଓ ଲୋକଙ୍କୁ ଆକୃଷ୍ଟ କରିପାରିଛି। ଏହି ଭିଡିଓକୁ ଶେୟାର କରିବାର କିଛି ଘଣ୍ଟା ପରେ ବହୁ ସଂଖ୍ୟାରେ ଲୋକ ଦେଖିବା ସହିତ ଫଲୋ କରିଛନ୍ତି। ତେବେ ଅଧିକାଂଶ ଲୋକ ପେଙ୍ଗୁଇନ୍‌ ଥିବା ସମୟରେ ଦୋକାନରେ ନ ଥିବାରୁ ଦୁଃଖପ୍ରକାଶ କରିଛନ୍ତି। ତେବେ ଏହି ଭିଡିଓକୁ ଶେୟାର କରିବା ପରେ ଏବେ ଏହାକୁ ନେଇ ଶହ ଶହ କମେଣ୍ଟ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି। ତେବେ ଭିଜୁଆଲଟିକୁ ଶେୟାର କରିବା ପରେ ଏହାକୁ ପେଙ୍ଗୁଇନ୍‌ଙ୍କର ଗିପ୍ଟ ଶପିଂ ବୋଲି ଅନେକେ କ୍ୟାକଶନରେ ଲେଖିଛନ୍ତି।

Share