ଝୁଲିରହିଛି ବାରବାଟୀ-କଟକ, ସାଲେପୁର

କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ମଙ୍ଗଳବାର ଘୋଷଣା କରିଛି। ଏଥିମଧ୍ୟରୁ କଟକ ଜିଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ତଥା ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡରୁ ଅଭୟ ବାରିକ, ନିଆଳିରୁ ଛବି ମଲ୍ଲିକ, ବଡମ୍ବାରୁ ସମ୍ବିତ ତ୍ରିପାଠୀ ଓ ମାହାଙ୍ଗାରୁ ସୁମନ୍ତ ଘଡେଇଙ୍କ ନାଁ ଏବେ ସାମ୍ନାକୁ ଆସିଛି। ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଦୁଇଟି ତଥା ଚୌଦ୍ୱାର-କଟକ ଓ ନିଆଳି ନିର୍ବାଚନ ମଣ୍ଡଳୀରେ ପୁରୁଣା ଚେହେରାକୁ ରିପିଟ କରିଛି ଦଳ। ତେବେ ଚୌଦ୍ୱାର-କଟକରୁ ନୟନ ମହାନ୍ତି ୧୯୯୫ ମସିହାରେ ନିର୍ବାଚନ ଲଢ଼ିଥିଲେ। ପରେ ୧୯୯୯ ମସିହାରେ ଦଳ ତାଙ୍କୁ ବ୍ରେକ ଦେଇଥିଲା। ପରେ ୨୦୦୪, ୨୦୦୯, ୨୦୧୪, ୨୦୧୯ ମସିହାରେ ସେ ପୁନର୍ବାର ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ। ଚଳିତଥର ଷଷ୍ଠଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି। ସେହିପରି ୨୦୧୯ରେ ନିଆଳି ନିର୍ବାଚନ ମଣ୍ଡଳୀରୁ ପ୍ରଥମକରି ଟିକେଟ ପାଇଥିଲେ ଛବି ମଲ୍ଲିକ ଏବଂ ୨୦୨୪ରେ ଦ୍ୱିତୀୟ ଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ସେହିପରି ଅନ୍ୟ ୫ଟି ନିର୍ବାଚନ ମଣ୍ଡଳୀରେ ନୂଆ ଚେହେରା ୨୦୨୪ ନିର୍ବାଚନରେ ଦଳ ସାମ୍ନାକୁ ଆଣିଛି। ସେମାନଙ୍କ ମଧ୍ୟରୁ ବାଙ୍କୀ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ୧୦ ବର୍ଷ ହେବ ଭାଜପା ସହ ଯୋଡ଼ି ହୋଇ କାର୍ଯ୍ୟ କରିଆସୁଛନ୍ତି। ସେହିପରି ବଡମ୍ବାର ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗତ ୬ମାସ ହେବ ଭାଜପାରେ ଯୋଗଦେଇ କାର୍ଯ୍ୟ କରୁଛନ୍ତି। ଆଠଗଡର ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଓ ମାହାଙ୍ଗାର ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ଚଳିତ ନିର୍ବାଚନ ପୂର୍ବରୁ ଦଳରେ ଯୋଗଦେଇଛନ୍ତି। କଟକ ସଦରର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ଜଣେ ସଫ୍ଟୱେର ଇଞ୍ଜିନିୟର। ସେ ଚାକିରି ଛାଡି ଏବେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ହେଲେ ୨୦୧୯ରୁ ଦଳରେ ନ ଥାଇ ମଧ୍ୟ ସେ ଦଳ ପାଇଁ କାର୍ଯ୍ୟ କରିଆସୁଛନ୍ତି। କଟକ ଜିଲାର ୭ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରବାଟୀ-କଟକ ଓ ସାଲେପୁର ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାଁ ଏବେ ଦଳ ଘୋଷଣା କରି ନ ଥିବା ବେଳେ ଦଳରେ ଅଙ୍କକଷା ଛିଣ୍ଡୁ ନ ଥିବା ଏବଂ ବିଜେଡି ପରି ନୀତି ଭାଜପା ଆପଣାଉଥିବା ନେଇ ଲୋକେ ଆଲୋଚନା କରୁଛନ୍ତି। ବାରବାଟୀ-କଟକ ପାଇଁ ପୂର୍ବରୁ ମାଳମାଳ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ହେଲେ ଏବେ ବିଜେଡି ଛାଡି ପଦ୍ମ ଧରିଥିବା ଅରିନ୍ଦମ ରାୟ ଏବଂ ଅନୁଭବ ମହାନ୍ତିଙ୍କ ନାମ ଆଶାୟୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ପୂର୍ବରୁ ଯେଉଁ ନେତା ଓ ନେତ୍ରୀମାନେ ଟିକେଟ ନେଇ ଆଶାୟୀ ରହିଛନ୍ତି ସେମାନଙ୍କ ପାଇଁ ଯେପରି ଏବେ ଅରିନ୍ଦମ ଓ ଅନୁଭବ କଣ୍ଟା ସାଜିଛନ୍ତି ବୋଲି ଲୋକେ ଟୁପୁରୁଟାପୁରୁ ହେଉଛନ୍ତି। ତେବେ ଏନେଇ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ବାଚନରେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାଜପାକୁ ବାରବାଟୀ-କଟକର ଭୋଟର ଅଧିକ ଭଲ ପାଇବା ଦେଇ ଆସୁଛନ୍ତି। ତେଣୁ ଆଶା ରହିଛି ଚଳିତ ନିର୍ବାଚନରେ ଅଧିକରୁ ଅଧିକ ଭଲ ପାଇବା ଦେବେ। ଦଳ ଯେବେ ବି ବାରବାଟୀ-କଟକ ପାଇଁ ପ୍ରାର୍ଥୀ ଘୋଷଣା କରିବ ଏବଂ ଯାହା ନାଁ ଘୋଷଣା କରିବ ତାଙ୍କୁ ସମସ୍ତ କର୍ମୀ ସମର୍ଥନ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri