ନିୟମ ନ ମାନିଲେ ୧୦ ହଜାର ପର୍ଯ୍ୟନ୍ତ ଜରିମାନା

ଭୁବନେଶ୍ୱର, ୧।୧୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ ଶୀଘ୍ର ପେଟ୍‌ ଆନିମଲ୍‌ ଗାଇଡ୍‌ଲାଇନ୍‌ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ଏହାକୁ ଅନୁମୋଦନ ପରେ ସାର୍ବଜନୀନ କରାଯିବ। ପରେ ଲୋକଙ୍କ ପରାମର୍ଶ ଏବଂ ଅନ୍ୟ ସମସ୍ତ ଦିଗକୁ ଭିତ୍ତିକରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବ। ତେବେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ କୁକୁରମାନଙ୍କର ରେଜିଷ୍ଟ୍ରେଶନ ଏବଂ ପ୍ରାଣୀ ଚିକିତ୍ସକଙ୍କ ଠାରୁ ଟିକାକରଣର ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ କରାଯାଇଛି। ରେଜିଷ୍ଟ୍ରେଶନ ପାଇଁ ୫ଶହ ଏବଂ ରିନ୍ୟୁ କରିବା ପାଇଁ ୨୫୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରେଜିଷ୍ଟ୍ରେଶନ ଏକ୍ସପାଏରୀ ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ। କୁକୁର ମାଲିକମାନଙ୍କୁ ମେଟାଲ ଟୋକନ୍‌ କିମ୍ବା ଟ୍ୟାଗ୍‌ ପ୍ରଦାନ କରାଯିବ, ଜଣେ ମାଲିକ ମାତ୍ର ୨ଟି କୁକୁର ରଖିପାରିବେ। ତେବେ ଯେଉଁ ବ୍ୟକ୍ତି ବୁଲାକୁକୁର ବା ରାସ୍ତାକଡ଼ର କୁକୁର ରଖିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ଫି’ ଛାଡ କରାଯିବ। ସେହିପରି ମୃତ କୁକୁରର ସମାଧି ପାଇଁ ବିଏମ୍‌ସି ପକ୍ଷରୁ ଭ୍ୟାନ ଯୋଗାଇ ଦିଆଯିବ। ଏଥିପାଇଁ ମାଲିକଙ୍କୁ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦେୟ ଦେବାକୁ ପଡିବ। ସେହିପରି ଯେଉଁବ୍ୟକ୍ତିମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ, ଏବଂ ଡଗ୍‌ ଶୋ’ରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସି ଠାରୁ ଗେମ୍‌ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ନେବାକୁ ପଡିବ। ଏଥିପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକି ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରାଧୀକରଣ ଦ୍ୱାରା ତାଙ୍କୁ ଦଣ୍ଡିତ ହେବାକୁ ପଡିବ, ଏପରିକି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଯଦି ଏହି ଉଲ୍ଲଂଘନ ଜାରି ରହେ ତେବେ ଅତିରିକ୍ତ ଭାବେ ଦିନକୁ ୨ଶହ ଟଙ୍କା ଜରିମାନା ୭ଦିନ ପର୍ଯ୍ୟନ୍ତ ଦେବେ ଏହାପରେ ସମ୍ପୃକ୍ତ କୁକୁରକୁ ସିଜ୍‌ କରାଯିବ ଏବଂ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନକୁ ୨ଶହ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ପଡିବ। ୭ଦିନ ଭିତରେ କୁକୁରକୁ ମାଲିକ ନ ନେଲେ ରେଜିଷ୍ଟ୍ରେଶନ ବାତିଲ କରିବା ସହ କୁକୁରକୁ ସାର୍ବଜନିନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ। ସେହିପରି ଗୋଟିଏ ବର୍ଷରେ ଅତି କମ୍‌ରେ ୩ଥର ନିୟମର ଉଲ୍ଲଂଘନ କଲେ ମଧ୍ୟ ରେଜିଷ୍ଟ୍ରେଶନ ବାତିଲ କରାଯିବ। କୁକୁର ଆକ୍ରମଣରେ କାହାକୁ ଆଘାତ ଲାଗିଲେ ବା ମୃତ୍ୟୁ ହେଲେ ଏଥିପାଇଁ ମାଲିକ ଦାୟୀ ରହିବେ। ଏହାବାଦ୍‌ ବ୍ୟବସାୟିକ ଭିତ୍ତିରେ କୁକୁରଙ୍କୁ ବ୍ୟବହାର କରିବା, ପାଗଳ ଏବଂ ହିଂସ୍ର କୁକୁରଙ୍କୁ କିପରି ଆୟତ୍ତରେ ରଖାଯିବ ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତ ପ୍ରକ୍ରିୟା ସରିବା ପରେ ଏନେଇ ଟେଣ୍ଡର ଡକାଯିବ ବୋଲି ସୂଚନା ଦିଆଯାଇଛି।

ବୁଲା ପ୍ରାଣୀଙ୍କ ଚିକିତ୍ସା ପାଇଁ ଜାରିହେବ ହେଲ୍ପଲାଇନ୍‌

ବୁଲା ପ୍ରାଣୀଙ୍କ ସୁରକ୍ଷା ପାଇଁ ଆଉ ଏକ ଯୋଜନା ପ୍ରସ୍ତୁତ କରୁଛି ବିଏମ୍‌ସି। ରାସ୍ତାରେ ଅନେକ ସମୟରେ ବିଭିନ୍ନ ବୁଲା ପ୍ରାଣୀ କ୍ଷତାକ୍ତ ହୋଇ କଷ୍ଟ ପାଉଥିବା ଦେଖିବାକୁ ମିଳେ। ମାତ୍ର ଅନେକ ଲୋକ ଏନେଇ କାହାକୁ ସୂଚନା ଦେବେ ତାହା ଜାଣି ନ ଥାନ୍ତି। ଆହତ ପ୍ରାଣୀମାନେ କଷ୍ଟ ପାଇବା ସହ ଅନେକ ସମୟରେ ମୃତ୍ୟୁମୁଖରେ ପଡନ୍ତି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଆନିମଲ ଟ୍ରିଟ୍‌ମେଣ୍ଟ ହେଲ୍ପ ଲାଇନ୍‌ ନଂ ୧୯୬୨ ଜାରି କରାଯିବ। ମହନଗର ନିଗମାଞ୍ଚଳରେ କୌଣସ ଆହତ ପ୍ରାଣୀ ଦେଖିଲେ ଏହି ନମ୍ବରକୁ କଲ୍‌ କରି ସୂଚନା ଦେଇପାରିବେ। ଏହି ସ୍ବତନ୍ତ୍ର ଟିମ୍‌ରେ ପ୍ରାଣୀ ଚିକିତ୍ସକଙ୍କ ସହ ପ୍ରୋଗ୍ରାମ କୋର୍ଡିନେଟର ଏବଂ ଅନ୍ୟାନ୍ୟ ସଦସ୍ୟ ରହିବେ। ଏମାନେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବେ। ଏଥିପାଇଁ ଖୁବ୍‌ ଶୀଘ୍ର ଟେଣ୍ଡର ଡକାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri