ଅଧିକାରୀଙ୍କ ଭୁଲ ପାଇଁ ହେଲମେଟ୍‌ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଜରିମାନା

କେନ୍ଦୁଝର,୧୯।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ହେଉ ବା ଭୁଲରେ ହେଉ ଯିଏ ହେଲମେଟ ପିନ୍ଧିଛନ୍ତି ତାଙ୍କ ବାଇକ୍‌ ନମ୍ବର’ରେ ଫାଇନ କରାଯାଉଛି। ହେଲେ ଅନ୍ୟ ଜଣେ ବ୍ୟକ୍ତି ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି। ହେଲେ ତାଙ୍କୁ ଫାଇନ ଆଦାୟ କରାଯାଉ ନାହିଁ। ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ବେଳା ଖରାପ ହେଲେ ଏଭଳି ଦଣ୍ଡ ହୁଏ ବୋଲି କୁହାଯାଉଛି। ଏ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।