ବ୍ୟବସ୍ଥା ନ କରି ଜରିମାନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡ଼ିସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ବିଶେଷକରି ଭୁବନେଶ୍ୱରର କଟକ ରୋଡ୍‌ରେ କୌଣସି ସ୍ଥାନରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣ ଲୋକ ଜରିମାନା ଗଣି ହଇରାଣ ହେଉଛନ୍ତି। ବିଭିନ୍ନ ସମୟରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମୋଟା ଅଙ୍କର ଜରିମାନା ନିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କଟକ ରୋଡ୍‌ର ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ଏକାଧିକ ଶପିଂ ମଲ୍‌, ଦୋକାନ, ବ୍ୟାଙ୍କ, ମେଡିକାଲ୍‌ ଓ ବେସରକାରୀ କାର୍ଯ୍ୟାଳୟ ଆଦି ରହିଛି। ତେଣୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଗହଳି ହୋଇଥାଏ। ଉକ୍ତ ସ୍ଥାନକୁ ପ୍ରତ୍ୟେକ ଦିନ ଯାଉଥିବା ଲୋକମାନେ ବମିଖାଲ୍‌ ଓଭରବ୍ରିଜ୍‌ ତଳେ କେହି କେହି କାର୍‌ ଓ ବାଇକ ଆଦି ପାର୍କିଂ କରୁଥିବାବେଳେ ଝାରପଡ଼ା ଓଭର୍‌ବ୍ରିଜ ତଳେ ମଧ୍ୟ କିଛି ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ଅନ୍ୟ ସ୍ଥାନଗୁଡ଼ିକରେ ଗାଡ଼ି ରଖିବାକୁ କୌଣସି ପାର୍କିଂ ବ୍ୟବସ୍ଥା ରହି ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ପାର୍କିଂ ସାଇନିଂ ବୋର୍ଡ ମଧ୍ୟ କେଉଁଠାରେ ଲଗାଯାଇନାହିଁ। ଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରୁଛନ୍ତି। ପାର୍କିଂ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ପକ୍ଷରୁ ସମାଧାନ କରାଯିବା ପରିବର୍ତ୍ତେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଠାରୁ ଜରିମାନା ନିଆଯାଉଛି। ଗତ ସୋମବାର ସାରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ହଠାତ୍‌ କଟକ ରୋଡ୍‌ରେ ଚଢ଼ାଉ କରାଯାଇଥିଲା। କ୍ରେନ୍‌ ସାହାଯ୍ୟରେ ଏକାଧିକ କାର୍‌ ଏବଂ ବାଇକ୍‌କୁ ପୋଲିସ ଉଠାଇ ନେଇଥିଲା। ହେଲେ ଏନେଇ ଗାଡ଼ି ଚାଳକମାନେ ଜାଣିପାରି ନ ଥିଲେ। ସେମାନେ ରାସ୍ତାକୁ ଆସି ଗାଡ଼ି ନ ଦେଖି ଚିନ୍ତାରେ ପଡ଼ିଥିଲେ। କାର୍‌ ମାଲିକ ସାର୍ଥକ ମହାପାତ୍ରଙ୍କ କହିବା ହେଲା, ବ୍ୟାଙ୍କ କାର୍ଯ୍ୟରେ ଆସିଥିଲି। ଲକ୍ଷ୍ମୀସାଗର ଅଞ୍ଚଳରେ ପାର୍କିଂ ପାଇଁ କୌଣସି ସୂଚନା ଫଳକ ନ ଥିବାରୁ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ଅଫିସ୍‌କୁ ଯାଇଥିଲି। ହେଲେ କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ଗାଡ଼ି ନ ଥିବାରୁ ଚିନ୍ତାରେ ପଡ଼ି ଯାଇଥିଲି। ପରେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଗାଡ଼ିକୁ ଟ୍ରାଫିକ୍‌ ପୋଲିସ ନେଇଯାଇଥିବା ଜାଣିବାକୁ ପାଇଥିଲି। ପରେ ଜରିମାନା ଦେଇ ଗାଡ଼ି ମୁକୁଳାଇଲି। ତେବେ ପାର୍କିଂ ବ୍ୟବସ୍ଥା ନ କରି ଲୋକଙ୍କ ଠାରୁ ଏଭଳି ଜରିମାନା ନେବା ଠିକ ନୁହେଁ ବୋଲି ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯଦି କଟକ ରୋଡ୍‌ରେ ଜଣେ ସାଧାରଣ ଲୋକ କାର୍‌ କିମ୍ବା ବାଇକ ନେଇଯିବେ, ତେବେ ଏହାକୁ ସେ କେଉଁଠି ପାର୍କିଂ କରିବେ। ସେଠାରେ ପାର୍କିଂ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ସାଇନିଂ ବୋର୍ଡ ମଧ୍ୟ ଲଗାଯାଇ ନାହିଁ। ଏଭଳି ସ୍ଥିତିରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଗାଡ଼ି ଉଠାଯାଇ ଜରିମାନା ଲଗାଇବା ଘଟଣା ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ଟୁଇନ୍‌ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତା ପାର୍ଶ୍ୱରେ ପାର୍କିଂ ନିୟମ ବିରୁଦ୍ଧ। ସବୁ ସ୍ଥାନରେ ପାର୍କିଂ ସାଇନିଂ ବୋର୍ଡ ଲଗାଯାଇ ପାରିବା ସମ୍ଭବ ନୁହେଁ। ଗାଡ଼ି ଚାଳକମାନେ ଏସବୁ ନିୟମ ବିଷୟରେ ଜାଣିବା ଦରକାର। ସାଇନିଂ ବୋର୍ଡ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଏମ୍‌ସିକୁ କୁହାଯାଇଛି। ରାସ୍ତା କଡ଼ରେ ଥିବା ହ୍ବାଇଟ୍‌ ମାର୍କିଂ ଭିତରେ ଲୋକମାନେ ଗାଡ଼ି ପାର୍କିଂ କରିପାରିବେ ବୋଲି ଡିସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri