ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ବିନା ଫିଟ୍‌ନେସ୍‌, ପଞ୍ଜୀକରଣରେ ଗାଡ଼ି ଚଳାଇଲେ ଫସିବେ

ଭୁବନେଶ୍ୱର, ୨୪।୭(ସୁନିତ୍‌ ମିଶ୍ର): ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିନା ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କେବଳ ଜରିମାନା ନୁହେଁ, ଏଣିକି ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ସାରା ରାଜ୍ୟରେ ଫିଟ୍‌ନେସ୍‌ ଓ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜି୍ୟକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ ଏବଂ ଅଣବାଣିଜି୍ୟକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ(ରେଜିଷ୍ଟ୍ରେଶନ)ସାର୍ଟିଫିକେଟ ବାଧ୍ୟତାମୂଳକ। ଏହା ନ ଥିଲେ ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତିପ୍ରାପ୍ତ ନୁହେଁ। ବାରମ୍ବାର ସଚେତନତା ସତ୍ତ୍ବେ କେତେଜଣ ଗାଡ଼ି ମାଲିକ ଏହାର ଉଲ୍ଲଂଘନ କରୁଥିବା ଦୃଷ୍ଟିକୁ ଆସିଛି। ଏଭଳି ଗାଡ଼ିଗୁଡ଼ିକ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିବା ନଜିର ମଧ୍ୟ ରହିଛି। ବୈଧ ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ ବିନା ଗଡ଼ୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିଁ। ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ୯ ପଏଣ୍ଟ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରାଯାଇଛି।
ଏହି ନିର୍ଦ୍ଦେଶ ମୁତାବକ, ସମସ୍ତ ଗାଡ଼ିର ଫିଟ୍‌ନେସ୍‌ ଓ ପଞ୍ଜୀକରଣ ବୈଧତା ସମ୍ପର୍କରେ ନିୟମିତ ଭାବେ ସମ୍ପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକମାନେ ତଥ୍ୟ ସଂଗ୍ରହ କରିବେ। ବୈଧତା ଶେଷ ହୋଇଥିବା ଗାଡ଼ିର ମାଲିକଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ସହ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଭଳି ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ଯଦି ବୈଧ ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ ନ ଥିବା ଯୋଗୁ ଧରାପଡ଼ନ୍ତି ତେବେ ମୋଟର ଯାନ ଆଇନ ୧୯୮୮ର ଧାରା ୨୦୭ ଆଧାରରେ ସମ୍ପୃକ୍ତ ଗାଡ଼ିକୁ ଜବତ କରାଯିବ ଏବଂ ଇ-ଚାଲାଣ ଜାରି କରାଯିବ। ଫିଟ୍‌ନେସ୍‌ ଓ ପଞ୍ଜୀକରଣ ବୈଧତା ସରିଯାଇଥିବା ଗାଡ଼ିଗୁଡ଼ିକର ତଥ୍ୟ ପ୍ରତି ମାସ ଆର୍‌ଟିଓମାନଙ୍କ ପକ୍ଷରୁ ବସ୍‌/ଟ୍ରକ୍‌/ଟ୍ୟାକ୍ସି ଆଦି ସଂଘଙ୍କୁ ପଠାଯିବ। ଏଭଳି ଗାଡ଼ିକୁ ସଂଘ ପକ୍ଷରୁ ଅନୁମୋଦନ ନ କରିବାକୁ ଅନୁରୋଧ କରାଯିବ। ଆର୍‌ଟିଓ ଗୁଡ଼ିକ ଏହି ତଥ୍ୟକୁ ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରିବେ। ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଟୋଲ୍‌ଗେଟ୍‌ ଦେଇ ଯିବାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରାଯିବ ବୋଲି ଠାକୁର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri