ଚାଇନାର ଧମକ ପରେ ପେଲୋସିଙ୍କ ତାଇଓ୍ବାନ ଗସ୍ତ ବାତିଲ…

ଓ୍ବାଶିଂଓନ/ବେଜିଂ,୧।୮ : ଆମେରିକାର ହାଉସ ଅଫ କମନ୍ସ ଅଧ୍ୟକ୍ଷ ନାନସୀ ପେଲୋସିଙ୍କ ଏସିଆ ଗସ୍ତ ତାଲିକାରୁ ତାଇୱାନକୁ ହଟାଇ ଦିଆଯାଇଛି। ଶୁକ୍ରବାର ଠାରୁ ପେଲୋସିଙ୍କ ଗସ୍ତ ଆରମ୍ଭ ହେଉଛି। ଗସ୍ତ ସମୟରେ ସେ ତାଇଓ୍ବାନର ତାଇପେଇ ଯିବାକୁ ସଙ୍କେତ ଦେଇଥିଲେ।

ଏହା ଉପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିଆଁ ସହିତ ନ ଖେଳିବାକୁ ଚେତାବନୀ ଦେଇଥିଲେ। ଏଥି ସହିତ ଚାଇନା ସୈନ୍ୟମାନେ ପେଲୋସିଙ୍କ ବିମାନ ଉପରେ ଆକ୍ରମଣ କରିବାକୁ ମଧ୍ୟ କହିଥିଲେ।

ପେଲୋସି ରବିବାର ଏସିଆ ଗସ୍ତ ସମ୍ପର୍କ ନିଶ୍ଚିତ କରିଛନ୍ତି। କିନ୍ତୁ ତାଇୱାନ ଗସ୍ତର ବିବରଣୀ ସେ ପ୍ରକାଶ କରି ନାହାଁନ୍ତି। ଏଥିରୁ ପେଲୋସିଙ୍କ ତାଇଓ୍ବାନ ଗସ୍ତ ବାତିଲ ହୋଇଥିବା ସ୍ପଷ୍ଟ ହୋଇଛି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଚାଇନା ତାଇୱାନ ନିକଟରେ ବଡ଼ ଧରଣର ସାମରିକ ଅଭ୍ୟାସ ଆରମ୍ଭ କରିଥିଲା।

Share