ପେଲୋସିଙ୍କ ଦକ୍ଷିଣ କୋରିଆ ଯାତ୍ରା ଆରମ୍ଭ…

ତାଇପେଇ, ୩।୮ : ଆମେରିକାର ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇପେଇରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ ପରେ ତାଇୱାନ ଛାଡିଛନ୍ତି। ଚାଇନାର ଧମକ ମଧ୍ୟରେ ନାନ୍ସି ମଙ୍ଗଳବାର ରାତିରେ ତାଇୱାନରେ ପହଞ୍ଚିଥିଲେ। ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସେ ଦକ୍ଷିଣ କୋରିଆ ଅଭିମୁଖେ ଯାଇଛନ୍ତି। ପେଲୋସିଙ୍କ ଗସ୍ତ ବିଷୟରେ ଚାଇନା ବାରମ୍ବାର କହିଛି ଯେ ଆମେରିକାର ଭୁଲ ପାଇଁ ମୂଲ୍ୟ ଦେବାକୁ ପଡିବ। କେବଳ ଏତିକି ନୁହେଁ, ଚାଇନା ତାଇୱାନର ବାୟୁସେନା ନିକଟରେ ଯୁଦ୍ଧ ବିମାନ ଉଡ଼ାଇ ତାଇୱାନ ଷ୍ଟ୍ରାଇଟରେ ସାମରିକ ଅଭ୍ୟାସ କରିଛି।

ପେଲୋସିଙ୍କ ଗସ୍ତକୁ ନେଇ ପାକିସ୍ତାନ କ୍ରୋଧିତ ହୋଇଛି ବର୍ତ୍ତମାନ ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ପାକିସ୍ତାନ ଏକ ବଡ଼ ବିବୃତ୍ତି ଦେଇଛି। ପେଲୋସିଙ୍କ ଗସ୍ତ ଆଞ୍ଚଳିକ ଶାନ୍ତି ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ପାକିସ୍ତାନ କହିଛି। ଆମେରିକା ଓ୍ବାନ ଚାଇନ୍‌ ପଲିସିକୁ ଉଲ୍ଲଂଘନ କରିଛି ବୋଲି ଚାଇନା ଅଭିଯୋଗ ଆଣିଛି। ପେଲୋସିଙ୍କ ଗସ୍ତକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ପ୍ରକାଶ ପାଇଛି।

Share