Posted inଖେଳ

ପେଲେଙ୍କ ମହାପ୍ରସ୍ଥାନ

ସାଓପାଓଲୋ,୩୦ା୧୨(ପି.ଟି.):ବ୍ରାଜିଲ ଫୁଟବଲର ରାଜା ପେଲେଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ଶତାବ୍ଦୀର ବିଶ୍ୱର ସେ ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପରିଗଣିତ ହେଉଥିଲେ। ୩ ଥର ଫୁଟ୍‌ବଲ ବିଶ୍ୱକପ୍‌ ଜିତିବା ରେକର୍ଡ ତାଙ୍କ ନାମରେ ରହିଛି। ୨୦୨୧ରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଗତମାସରେ ଏକାଧିକ ରୋଗରେ ପୀଡ଼ିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଏଜେଣ୍ଟ ଜୋ ଫ୍ରାଗା ସ୍ପଷ୍ଟ କରିଛନ୍ତି।
ପେଲେଙ୍କ ପ୍ରକୃତ ନାମ ହେଉଛି ଏଡସନ ଆରାଣ୍ଟେସ୍‌ ଡୋ ନାସିମେଣ୍ଟୋ। ସେ ତାଙ୍କ କ୍ୟାରିୟରରେ ଦୁଇ ଦଶନ୍ଧି ଧରି ବ୍ରାଜିଲିଆନ କ୍ଲବ ସାଣ୍ଟୋସ ଓ ବ୍ରାଜିଲ ଜାତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ପେଲେ ମାତ୍ର ୧୭ବର୍ଷ ବୟସରେ ତାଙ୍କର ପ୍ରଥମ ବିଶ୍ୱକପ୍‌ ୧୯୫୮ରେ ସ୍ବିଡେନରେ ଖେଳିଥିଲେ। ଟୁର୍ନାମେଣ୍ଟରେ ଥିଲେ ସେ ସର୍ବକନିଷ୍ଠ ଖେଳାଳି। ଆୟୋଜକ ଦେଶ ବିପକ୍ଷ ଫାଇନାଲରେ ବ୍ରାଜିଲ ୫-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ତନ୍ମଧ୍ୟରେ ପେଲେଙ୍କ ୨ଟି ଗୋଲ୍‌ ସାମିଲ ଥିଲା। ପରେ ୧୯୬୨ରେ ବ୍ରାଜିଲ ଟାଇଟଲ ବଜାୟ ରଖିଥିଲା। ଏହି ସଂସ୍କରଣରେ ଇଞ୍ଜୁରି ଯୋଗୁ ସେ ମାତ୍ର ଦୁଇଟି ମ୍ୟାଚରେ ଖେଳିପାରିଥିଲେ। କିନ୍ତୁ ୧୯୭୦ରେ ତାଙ୍କ ଦେଶର ମେକ୍ସିକୋ ବିଶ୍ୱକପ୍‌ ସଫଳତାରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ଫାଇନାଲରେ ସେ ଗୋଲ୍‌ ସ୍କୋର କରିଥିଲେ। ଇଟାଲୀ ବିପକ୍ଷ ଏହି ମ୍ୟାଚରେ ବ୍ରାଜିଲ ୪-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ତାଙ୍କଠାରୁ ଚମତ୍କାର ପାସ୍‌ ପାଇ କାର୍ଲୋସ ଅଲବର୍ଟୋ ମ୍ୟାଚର ଶେଷ ଗୋଲ୍‌ ସ୍କୋର କରିଥିଲେ। ପେଲେ ୧୦ନମ୍ବର ଜର୍ସି ପରିଧାନ କରୁଥିଲେ। ତାଙ୍କ ସହିତ ଫୁଟ୍‌ବଲ ଜଗତର ଅନ୍ୟ ମହାନ ଖେଳାଳି ଡିଏଗୋ ମାରାଡୋନା, ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ତୁଳନା କରାଯାଏ। ୧୯୯୭ରେ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ ଦ୍ୱାରା ସେ ନାଇଟ୍‌ ଉପାଧିରେ ଭୂଷିତ ହୋଇଥିଲେ। ପେଲେଙ୍କ ଜନ୍ମ ୧୯୪୦ରେ ମିନାସ ଜେରାଇସ୍‌ ପ୍ରଦେଶ ଅନ୍ତର୍ଗତ ଏକ ଛୋଟ ସହର ଟ୍ରେସ୍‌ କୋରାକୋସ୍‌ରେ ସେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ତାଙ୍କ ନିକଟରେ ଥିବା ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା। ସ୍ଥାନୀୟ ଏକ ସ୍ଥାନୀୟ ଜଣେ ପ୍ରଫେସନାଲ ଖେଳାଳି ତାଙ୍କୁ ସାଣ୍ଟୋସ ୟୁବ ଦଳରେ ସାମିଲ କରିଥିଲେ।
ବକ୍ସିଂରେ ମହମ୍ମଦ ଅଲୀଙ୍କୁ ବିଶ୍ୱର ଶ୍ରେଷ୍ଠ କ୍ରୀଡା ବ୍ୟକ୍ତିତ୍ୱ ଭାବରେ ବିବେଚନା କରାଯାଏ। ସମାନ ଢଙ୍ଗରେ ପେଲେଙ୍କୁ ମଧ୍ୟ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ଭାବରେ ଗଣାଯାଏ। ନିଜ କ୍ୟାରିୟରର ଶ୍ରେଷ୍ଠ ସମୟରେ ପେଲେ ମହମ୍ମଦ ଅଲୀଙ୍କ ‘ରମ୍ବଲ ଇନ୍‌ ଦ ଜଙ୍ଗଲ’ ଓ ହିଟ୍‌ଲରଙ୍କ ଅଲିମ୍ପିକ୍ସର ଜେସେ ଓୟେନ୍ସଙ୍କ ଠାରୁ କମ୍‌ ନ ଥିଲେ। ଏପରିକି ତାଙ୍କୁ ରୋଲାଣ୍ଡ ଗ୍ୟାରୋସର ନାଡାଲ, ଅଗଷ୍ଟାର ଟାଇଗର ଉଡ୍ସ, ଲଣ୍ଡନ ଓ ବେଜିଂ ଅଲିମ୍ପିକ୍ସର ଉସେନ୍‌ ବୋଲ୍ଟ ଓ ମାଇକେଲ ଫେଲପ୍ସଙ୍କ ସହିତ ତୁଳନା କଲେ ମଧ୍ୟ କମ ହେବ। ଗୋଟିଏ ଶବ୍ଦରେ କହିବାକୁ ଗଲେ ଫୁଟବଲ ଦୁନିଆରେ ସେ ଥିଲେ ଅଦ୍ୱିତୀୟ ଆଉ କିମ୍ବଦନ୍ତୀ ପୁରୁଷ। ୩ ଥର ଫୁଟବଲ ବିଶ୍ୱକପ ଜିତିଥିବା ପେଲେଙ୍କ ଏହି ଜାଜୁଲ୍ୟମାନ କ୍ୟାରିୟରରେ ରହିଛି ଅନେକ ସ୍ମରଣୀୟ ମୁହୂର୍ତ୍ତ। ଫୁଟବଲ ପଡିଆରେ ସେ ଖେଳୁଥିବା ସମୟରେ ଦର୍ଶକଙ୍କ ମନରେ କୌଣସି ଯାଦୁଗରର ଯାଦୁର ଭ୍ରମ ସୃଷ୍ଟି କରୁଥିଲେ। ୨୩ ଅକ୍ଟୋବର ୧୯୪୦ ମସିହାରେ ଜନ୍ମିତ ପେଲେଙ୍କ ପ୍ରଥମ ନାମ ଥିଲା ଏଡସନ୍‌ ଆରାଣ୍ଟେସ ଡୋ ନାସେମେଣ୍ଟୋ। ସମଗ୍ର ବିଶ୍ୱରେ ଫୁଟବଲକୁ ଲୋକପ୍ରିୟ ଓ ବ୍ୟବସାୟୀକରଣ କରାଇବାରେ ତାଙ୍କର ରହିଥିଲା ପ୍ରମୁଖ ଭୂମିକା। ୧୯୫୦ରେ ଟିଭିରେ ଫୁଟବଲ ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ବୈପ୍ଳବିକ ଢଙ୍ଗରେ ସମଗ୍ର ଦୁନିଆରେ ପହଞ୍ଚାଇଥିଲେ ପେଲେ। ୧୯୫୮ରେ ମାତ୍ର ୧୭ ବର୍ଷ ବୟସରେ ବ୍ରାଜିଲ ଦଳ ପକ୍ଷରୁ ପ୍ରଥମ ବିଶ୍ୱକପ ଜିତିଥିଲେ ପେଲେ। ଏହି ଟୁର୍ନାମେଣ୍ଟରେ ସେ ୪ ମ୍ୟାଚରୁ ସ୍କୋର କରିଥିଲେ ୬ ଗୋଲ। ଦୁଇ ଦଶନ୍ଧି ଧରି ଫୁଟବଲ ପଡିଆରେ ଦର୍ଶକଙ୍କୁ ଅଭିଭୂତ କରୁଥିବା ଏହି ମହାନାୟକ ଜଣଙ୍କ ୧୯୬୨ ଓ ୧୯୭୦ରେ ମଧ୍ୟ ବ୍ରାଜିଲକୁ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୪୮ ଘଣ୍ଟାର ଅସ୍ତ୍ରବିରତି
କୌଣସି ରାଜନେତାଙ୍କ ପାଇଁ ଅସ୍ତ୍ରବିରତି ସାଧାରଣ କଥା। ମାତ୍ର ଫୁଟବଲ ପଡିଆର ଏହି ଯାଦୁଗରଙ୍କ ପାଇଁ ନାଇଜେରିଆରେ ଦୀର୍ଘ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା। ୧୯୬୦ ମସିହାରେ ନାଇଜେରିଆରେ ଗୃହଯୁଦ୍ଧ ଚାଲିଥିବା ସମୟରେ ପେଲେଙ୍କ ଖେଳ ଦେଖିବା ପାଇଁ ୪୮ ଘଣ୍ଟାରେ ସତେ ଯେମିତି ଅସ୍ତ୍ରତ୍ୟାଗ ହୋଇ ଯାଇଥିଲ। ଲାଗୋସରେ ପେଲେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳିବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ପେଲେଙ୍କ ଲୋକପ୍ରିୟତାକୁ ପ୍ରମାଣ କରିଥିଲା।
ଇଡେନ୍‌ ଗାର୍ଡେନ୍‌ରେ ପେଲେ
୧୯୭୭ ମସିହାରେ ପେଲେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ମୋହନ ବାଗାନ ପାଇଁ ମଧ୍ୟ ମ୍ୟାଚ ଖେଳିଥିଲେ। କୋଲକାତାର ଇଡେନ୍‌ ଗାର୍ଡେନରେ ସେ ଏକ ପ୍ରଦର୍ଶନୀ ମ୍ୟାଚ ଖେଳିଥିବା ବେଳେ ୮୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ଭର୍ତ୍ତି ହୋଇ ଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୫ ଓ ୨୦୧୮ରେ ଆଉ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ ହେଁ ଫୁଟବଲ ଖେଳି ନ ଥିଲେ। ସେହି ମହାନ ଖେଳାଳିଙ୍କ ବିୟୋଗରେ ବିଶ୍ୱ ଖେଳ ଜଗତ ସ୍ତମ୍ଭୀଭୂତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri