Posted inଖେଳ

୩ ବିବାହ କରିଥିଲେ ପେଲେ, ରହିଛନ୍ତି ୭ ସନ୍ତାନ; କିଛି ଏଭଳି ଥିଲା ମହାନ ଫୁଟବଲରଙ୍କ ବ୍ୟକ୍ତିଗତ ଜୀବନ

ସାଓପାଓଲା,୩୦।୧୨: ବ୍ରାଜିଲର ମହାନ ଫୁଟବଲର ରାଜା ପେଲେଙ୍କ ୮୨ ବର୍ଷରେ ପରଲୋକ ଘଟିଛି। ସେ ଦୀର୍ଘଦିନରୁ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲେ ହେଁ ପେଲେଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା। ଶେଷରେ ତାଙ୍କର ମୃତ୍ୟୁ ସମ୍ପର୍କରେ ଝିଅ କେଲି ନାସିମେଣ୍ଟୋ ଇନଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ।
ତେବେ ଏହି ମହାନ ଫୁଟବଲର୍‌ ବ୍ରାଜିଲ ଟିମ୍‌କୁ ୩ ଥର ଫିଫା ବିଶ୍ୱକପ୍‌ ବିଜେତା କରାଇଛନ୍ତି। ମଇଦାନରେ ନିଜର ସ୍ବତନ୍ତ୍ର ଖେଳ ପ୍ରଦର୍ଶନ ସହ ଲୋକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପେଲେ ବ୍ୟକ୍ତିଗତ ଜୀବନରେ ଜଣେ ରୋମାଣ୍ଟିକ ଏବଂ ମିଳାମିଶାକୁ ଭଲପାଉଥିବା ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନରେ ୩ ବିବାହ କରିଥିଲେ। ଏହାଛଡ଼ା ତାଙ୍କର ଅନେକ ମଡେଲ ଏବଂ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ୩ ପତ୍ନୀଙ୍କଠାରୁ ପେଲେଙ୍କ ୭ ସନ୍ତାନ ରହିଛି। ସେମାନଙ୍କ ମଧ୍ୟରେ ୫ ଝିଅ ଏବଂ ୨ ପୁଅ ଅଛନ୍ତି। ସମସ୍ତେ ଏକାଠି ଖୁସିରେ ଜୀବନ ଅତିବାହିତ କରୁଛନ୍ତି।

पेले की पहली पत्नी

ପେଲେ ରୋଜ୍‌ମେରି ଦୋସ୍‌ ରେଇସ୍‌ ଚୋଲବିଙ୍କ ସହ ପ୍ରଥମେ ବିବାହ କରିଥିଲେ। ୧୯୬୦ରେ ଏହି ବିବାହ ହୋଇଥିଲା। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ସନ୍ତାନ ରହିଛି।

ପ୍ରଥମ ବିବାହର କିଛି ବର୍ଷ ପରେ ପେଲେ ବ୍ରାଜିଲ ଗାୟିକା ଜୁକ୍ସାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ୧୯୮୬ରେ ଦୁହେଁ ଅଲଗା ହୋଇଥିଲେ।

पेले की दूसरी पत्नी

ପେଲେ ୧୯୯୬ରେ ଆସିରିଆ ଲେମୋସ୍‌ ସେକ୍ସାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ସମୟରେ ପେଲେ ଯମଜ ସନ୍ତାନର ଜନକ ହୋଇଥିଲେ। ଏହି ବିବାହ ୧୨ ବର୍ଷ ଚାଲିଥିଲା। ପରେ ଦୁହେଁ ଅଲଗା ହୋଇଯାଇଥିଲେ।

तीसरी पत्नी के साथ पेले

ଏହାପରେ ପେଲେ ୨୦୧୬ରେ ତୃତୀୟ ଥର ଲାଗି ମାରସିଆ ସାଇବେଲେ ଆଓକିଙ୍କୁ ବିବାହ କରିଥିବା ସ୍ବୀକାର କରିଥିଲେ। ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ରହିଛି। ଏହି ବିବାହରୁ ତାଙ୍କର ଦୁଇ ଝିଅ ଅଛନ୍ତି।

पेले के बच्चे

ତେବେ ପେଲେ ନିଜ ପରିବାର ସହ ବହୁତ ଖୁସି ଥିଲେ। ହେଲେ ସେ କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri