Posted inଜାତୀୟ

୫ରେ ପେଗାସସ୍‌ ଶୁଣାଣି

ନୂଆଦିଲ୍ଲୀ, ୨ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌ ଦ୍ୱାରା ନେତା, ଖବରଦାତା, ବିଚାରବିଭାଗୀୟ କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କ ଉପରେ ଗୁପ୍ତଚରଗିରି ଘଟଣାର ସ୍ବତନ୍ତ୍ର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ଆସନ୍ତା ଗୁରୁବାର ହେବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମାନାଙ୍କ ନେତୃତ୍ୱରେ ଜଷ୍ଟିସ୍‌ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ବରିଷ୍ଠ ସାମ୍ବାଦିକ ଏନ୍‌. ରାମ ଏବଂ ଶଶୀ କୁମାର, ସିପିଏମ୍‌ ଏମ୍‌ପି ଜନ୍‌ ବ୍ରିଟାସ୍‌, ଆଡ୍‌ଭୋକେଟ୍‌ ଏମ୍‌.ଏଲ୍‌. ଶର୍ମା ଏ ବାବଦରେ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଖଲ କରିଥିଲେ। ଗୁପ୍ତଚରଗିରି ପାଇଁ ପେଗାସସ୍‌କୁ ଲାଇସେନ୍ସ ମିଳିଥିଲା କି ନା, ଏହାକୁ କିପରି ବ୍ୟବହାର କରାଯାଇଥିଲା ତାହା ସାମ୍‌ନାକୁ ଆଣିବା ପାଇଁ ତଦନ୍ତ କରାଯିବାକୁ ଏଥିରେ ଦାବି କରାଯାଇଥିଲା। ପେଗାସସ୍‌ ଦ୍ୱାରା ଭାରତରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ମୋବାଇଲ ନମ୍ବରରେ ଗୋଇନ୍ଦାଗିରି କରାଯାଇଥିବା ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରକାଶ କରିଥିଲା। ସେଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ଦୁଇ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ନିର୍ବାଚନ କମିଶନରଙ୍କ ସମେତ ୪୦ ସାମ୍ବାଦିକଙ୍କ ମୋବାଇଲ ନମ୍ବର ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। କେନ୍ଦ୍ରର ଭାଜପା ସରକାର ଏହା ଉପରେ ଆଲୋଚନା କରିବାକୁ ଦାବି କରି ବିରୋଧୀ ପାର୍ଲାମେଣ୍ଟରେ ହଟ୍ଟଗୋଳ ଜାରି ରଖିଥିବାରୁ ଗୃହ ସ୍ବାଭାବିକ ଭାବେ ଚାଲିପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

ବିପଦସଙ୍କୁଳ ଶ୍ରେଣୀଗୃହରେ ଚାଲିଛି ଐତିହ୍ୟପୂର୍ଣ୍ଣ ଶିକ୍ଷାନୁଷ୍ଠାନ

ସାକ୍ଷୀଗୋପାଳ,୧୮।୯(ପ୍ରଶାନ୍ତ କୁମାର ବାରିକ): ଯେଉଁଠି ଦିନେ ଶିକ୍ଷା ସହ ଶ୍ରମ, ଶୃଙ୍ଖଳା, ସେବା, ସ୍ବାବଲମ୍ବନ ଓ ଦେଶପ୍ରେମର ମନ୍ତ୍ର ଫୁଙ୍କି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ‘ମଣିଷ…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୭ା୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି…

ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ଚିହ୍ନଟ, କୋଲୋସିୟମଠାରୁ ବି ବଡ଼

କେପ କାନାଭେରାଲ (ଫ୍ଲୋରିଡା),୧୮।୯: ଚନ୍ଦ୍ରପୃଷ୍ଠରେ ବିଶାଳକାୟ ନୂତନ ଗର୍ତ୍ତ ସୃଷ୍ଟି ହୋଇଥିବା ନାସାର ‘ଲୁନାର ରେକୋନିସାନ୍ସ ଅର୍ବିଟର’ (ଏଲ୍‌ଆର୍‌ଓ) ମହାକାଶଯାନ ଦ୍ୱାରା ଚିହ୍ନଟ ହୋଇଛି। ରୋମ୍‌ର ପ୍ରସିଦ୍ଧ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?