ବେରୋଜଗାରିରୁ ମୁକ୍ତି ଦେଇଛି ‘ମୁକ୍ତା’

ଅନୁଗୋଳ ଅଫିସ, ୨୮ା୮ ସହରରେ ସକାଳୁ ମୂଲ ଲାଗିଲେ ସନ୍ଧ୍ୟାରେ ଚୁଲି ଜଳେ। ହେଲେ କୋଭିଡ୍‌ କାରଣରୁ ବନ୍ଦ ହୋଇଯାଇଥିଲା ଏହି ସହରୀ ଗରିବଙ୍କ ରୋଜଗାର। କିନ୍ତୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର ଅଭିଯାନ ବା ମୁକ୍ତା ଯୋଜନା କାର୍ଯ୍ୟକାରୀ ହେବା ପରେ ସେହି ବେରୋଜଗାରିରୁ ମିଳିଛି ମୁକ୍ତି। ସହରୀ ଗରିବଙ୍କ ମୁହଁରେ ଫୁଟିଛି ହସ। ଅନୁଗୋଳ ଜିଲାର ୩ଟି ସହରାଞ୍ଚଳର ୩୭ ହଜାର ଗରିବଙ୍କୁ ଏହି ଯୋଜନାରେ ମିଳିଛି ରୋଜଗାର। ସେହିପରି ଜିଲାର ୨୭୦ଟି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ସ୍ଲମ ଡେଭଲପମେଣ୍ଟ ଆସୋସିଏଶନ୍‌(ଏସ୍‌ଡିଏ) ଗ୍ରୁପ୍‌ ମଧ୍ୟ କୋଟି କୋଟି ଟଙ୍କାର କାର୍ଯ୍ୟ କରି ସଶକ୍ତ ହୋଇପାରିଛନ୍ତି।
ଅନୁଗୋଳ ଜିଲାର ଅନୁଗୋଳ ଓ ତାଳଚେର ପୌରପାଳିକା ସହ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁକ୍ତା ଯୋଜନାରେ ହୋଇଛି ଅନେକ ଉନ୍ନତୀକରଣ କାର୍ଯ୍ୟ। ବିଶେଷକରି ମିନିପାର୍କ, ଓପନ୍‌ ଏୟାର ଜିମ୍‌, ଚିଲ୍ଡରେନ୍‌ ପ୍ଲେଇଙ୍ଗ ଷ୍ଟେଶନ୍‌, ଖେଳ ପଡ଼ିଆ, ୱାକିିଂ ଟ୍ରାକ୍‌ ନିର୍ମାଣ କରାଯାଇଛି। ଅନେକ ପୋଖରୀର ପୁନରୁଦ୍ଧାର ହୋଇଛି। ଏସବୁ କାର୍ଯ୍ୟ ଏହି ୩ଟି ସହରଞ୍ଚଳରେ ଥିବା ଏସ୍‌ଏଚ୍‌ଜି ଓ ଏସ୍‌ଡିଏ ଗୋଷ୍ଠୀଙ୍କ ଦ୍ୱାରା ସମ୍ପାଦିତ ହୋଇଛି। ଅନୁଗୋଳ ପୌରପାଳିକାରେ ୮୭ଟି ଏସ୍‌ଏଚ୍‌ଜିଙ୍କୁ ୩ଟି ପର୍ଯ୍ୟାୟରେ ୧ କୋଟି ୫୭ ଲକ୍ଷ ୩୪ ହଜାର ୮୬୩ ଟଙ୍କାର କାର୍ଯ୍ୟ ପ୍ରଦାନ କରାଯାଇଛି। ଏହାଦ୍ୱାରା ଅନୁଗୋଳ ପୌରାଞ୍ଚଳରେ ୧୬ ହଜାର ୭୮୬ଟି କର୍ମ ନିଯୁକ୍ତି ସୃଷ୍ଟି କରାଯାଇପାରିଛି। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୮୮୦ ଜଣଙ୍କୁ, ଦ୍ୱିତୀୟ ପର୍ଯ୍ୟାୟରେ ୨ ହଜାର ୩୬ ଜଣ ଓ ତୃତୀୟ ପର୍ଯ୍ୟାୟରେ ୨ ହଜାର ୮୭୦ ଜଣଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଛି। ସେହିପରି ତାଳଚେର ପୌରପାଳିକାରେ ୧୨୫ଟି ଏସ୍‌ଏଚ୍‌ଜିଙ୍କୁ ୩ଟି ପର୍ଯ୍ୟାୟରେ ୧ କୋଟି ୧୩ ଲକ୍ଷ ୭୫ ହଜାର ୯୩୪ ଟଙ୍କାର କାର୍ଯ୍ୟ ଦିଆଯାଇଛି। ଏହାଦ୍ୱାରା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜର ୪୨୧ ଜଣଙ୍କୁ ଓ ତୃତୀୟ ପର୍ଯ୍ୟାୟରେ ୧ ହଜାର ୧୨୧ ଜଣଙ୍କୁ ମିଶାଇ ମୋଟ୍‌ ୧୧,୫୪୨ ଜଣଙ୍କୁ ରୋଜଗାର ଦିଆଯାଇପାରିଛି। ଆଠମଲ୍ଲିକ ଏନ୍‌ଏସିରେ ଥିବା ୫୮ଟି ଏସ୍‌ଏଚ୍‌ଜିଙ୍କୁ ୩ଟି ପର୍ଯ୍ୟାୟରେ ୬୮ ଲକ୍ଷ ୯୭ ହଜାର ୩୧୫ ଟଙ୍କାର କାର୍ଯ୍ୟ ପ୍ରଦାନ କରାଯାଇଛି। ଫଳରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୩୫୪ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୨ ହଜାର ୯୯୬ ଓ ତୃତୀୟ ପର୍ଯ୍ୟାୟରେ ୧ ହଜାର ୩୩୦ଟି କାର୍ଯ୍ୟଦିବସ ସୃଷ୍ଟି କରାଯାଇପାରିଛି। ମୋଟ ଉପରେ ମୁକ୍ତା ଯୋଜନାରେ ଅନୁଗୋଳ ଜିଲାରେ ୩୭ ହଜାର ୧୦୦ କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କରୋନା ଭଳି ସଙ୍କଟ ସମୟରେ ଏଭଳି କାର୍ଯ୍ୟାଦେଶ ସୃଷ୍ଟି ହୋଇପାରୁଥିବାରୁ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ଲମ ଡେଭଲପମେଣ୍ଟ ଆସୋସିଏଶନ୍‌ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।
ଲୋକଙ୍କୁ କର୍ମନିଯୁକ୍ତି ମିଳିଛି
ଅନୁଗୋଳ ଜିଲାର ସହରାଞ୍ଚଳଗୁଡ଼ିକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ମୁକ୍ତା ଯୋଜନାରେ ହେଉଥିବା କାର୍ଯ୍ୟ ଏସ୍‌ଏଚ୍‌ଜି ଓ ଏସ୍‌ଡିଏମାନଙ୍କ ଦ୍ୱାରା କରାଯାଉଛି। ଏହାଦ୍ୱାରା ଜିଲାର ମହିଳାମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ସହ ଶ୍ରମିକମାନଙ୍କୁ ମଧ୍ୟ କାର୍ଯ୍ୟ ପ୍ରଦାନ କରୁଛନ୍ତି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ
କାମ ନ ପାଇ ଭୋକ ଓପାସରେ ରହୁଥିବା ସହରୀ ଦିନ ମଜୁରିଆଙ୍କ ପାଇଁ ସରକାର ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ଏସ୍‌ଏଚ୍‌ଜି ଜରିଆରେ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଥିବାରୁ ମହିଳାମାନେ ମଧ୍ୟ ଭଲ ରୋଜଗାର କରିପାରୁଛନ୍ତି। ଏହି ଯୋଜନା ସେମାନଙ୍କୁ ଅଧିକ ସ୍ବାବାଲମ୍ବୀ କରିପାରିଛି।
-ରଞ୍ଜୁ ମହାରଣା, ସଭାନେତ୍ରୀ, ଶ୍ରଦ୍ଧାଞ୍ଜଳି ସ୍ବୟଂ ସହାୟକ ଗୋଷ୍ଠୀ, ତାଳଚେର

ଭୂତଳ ଜଳଭାଗ ବୃଦ୍ଧି ପାଉଛି
ମୁକ୍ତା ଯୋଜନାରେ ସରକାରଙ୍କ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ଏସ୍‌ଏଚ୍‌ଜିକୁ କାମ ଦିଆଯାଇଛି। ଏହି କାର୍ଯ୍ୟ ଜୋରଦାର ଚାଲିଥିବାରୁ ଆମ ଅଞ୍ଚଳରେ ଭୂତଳ ଜଳ ଭାଗ ବୃଦ୍ଧି ପାଉଥିବା ଜଣାପଡ଼ିଛି। ସରକାର ଦେଇଥିବା ସମସ୍ତ କାର୍ଯ୍ୟକୁ ଠିକଣା ଭାବେ କରାଯାଉଛି।
-ଅମିତା ବେହେରା, ସମ୍ପାଦିକା, ଓମ୍‌ ଆରଧନା ସ୍ବୟଂ ସହାୟିକା ଗୋଷ୍ଠୀ, ତାଳଚେର

କରୋନା ବେଳେ କାର୍ଯ୍ୟ ପାଇ ଖୁସି
କରୋନା ସମୟରେ ମୂଲ ମଜୁରି ଖଟୁଥିବା ଲୋକମାନେ କାର୍ଯ୍ୟ ହରାଇ ଘରେ ରହିଥିଲେ। ଏସ୍‌ଏଚ୍‌ଜିର ମହିଳାମାନେ ମଧ୍ୟ ଚିନ୍ତାରେ ଥିଲେ। କିନ୍ତୁ ସରକାରଙ୍କ ମୁକ୍ତା ଯୋଜନା ଯୋଗୁ ଲୋକଙ୍କୁ କାର୍ଯ୍ୟ ମିଳିପାରିଛି। ଏଭଳି କାର୍ଯ୍ୟ ଜାରି ରହିଲେ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ।
-ସବିତା ଦାସ, ସଭାନେତ୍ରୀ, ଦେବୀ ଦିବ୍ୟା ସ୍ବୟଂ ସହାୟକ ଗୋଷ୍ଠୀ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri