ମୋତିଝରଣ ଜୁ ହେଲା ପ୍ରାଣୀ ଉଦ୍ୟାନ, ଉଦ୍ଧାର କେନ୍ଦ୍ର

ସମ୍ବଲପୁର,୨୩ା୭(ଶୁଭାଶିଷ ପାଢ଼ୀ)ସମ୍ବଲପୁର ମୋତିଝରଣଠାରେ ଥିବା ଜୁ (ଚିଡ଼ିଆଖାନା) ପ୍ରାଣୀ ଉଦ୍ୟାନ ଓ ଉଦ୍ଧାର କେନ୍ଦ୍ର ନାମରେ ନାମିତ ହୋଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଏହାର ନାମ ପରିବର୍ତ୍ତନ କରିଛନ୍ତି।
ହୀରାକୁଦ ୱାଇଲ୍ଡ ଲାଇଫ୍‌ ଡିଭିଜନ ୬୦୦୦ରୁ ଅଧିକ ଉଦ୍ଭିଦ ସହ ୪ହେକ୍ଟର ପରିମିତ ଅଞ୍ଚଳରେ ଗତବର୍ଷ ବଟାନିକାଲ୍‌ ବଗିଚା ଆରମ୍ଭ କରିଥିଲା। ଏହା ପ୍ରାଣୀ ଉଦ୍ୟାନର ପ୍ରାଣୀମାନଙ୍କ ପାଇଁ ସବୁଜ ବେଲ୍ଟ ଭାବରେ କାର୍ଯ୍ୟ କରୁଛି। ଏହି ପ୍ରାଣୀ ଉଦ୍ୟାନକୁ ପୂର୍ବରୁ ହରିଣ ପାର୍କ ଓ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଭାବରେ ନାମିତ କରାଯାଇଥିଲା। ୧୯୮୦ରେ୧୩ ହେକ୍ଟର ଅଞ୍ଚଳରେ ଏହା ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ୨୭ ଏନ୍‌କ୍ଲୋଜର ସହ ୧୫ ପ୍ରଜାତିର ୩୩୩ ପ୍ରାଣୀ ଅଛନ୍ତି। ସେମାନଙ୍କ ମଧ୍ୟରେ କଲରାପତରିଆ ବାଘ, ଭାଲୁ, ଚୁସିଙ୍ଗା, ପାଇଥନ ଓ ମୟୂର ରହିଛନ୍ତି। ହରିଣ ସଂଖ୍ୟା ସର୍ବାଧିକ ୧୨୩ ଥିବାବେଳେ ଶମ୍ବର ୪୧ ଓ ୫ଟି ଭାଲୁ ଅଛନ୍ତି। ଏଠାରେ ସାଧାରଣ ଜନତାଙ୍କ ପାଇଁ ବନ୍ୟଜନ୍ତୁ ଉପରେ ସଚେତନତା ସହ ଶିକ୍ଷା ପ୍ରଦାନ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି। ଗତ ୧ବର୍ଷ ମଧ୍ୟରେ ଅଧିକ ଶୌଚାଳୟ, ପାନୀୟ ଜଳ, ସ୍ବତନ୍ତ୍ର ପାର୍କିଂ, ଶିଶୁ ପାର୍କ, ଡ୍ରେନେଜ ନିର୍ମାଣ ସହ ଏନ୍‌କ୍ଲୋଜର ଭଳି ସୁବିଧା କରାଯାଇଛି। ଏହାଛଡ଼ା ହୀରାକୁଦ ଡିଭିଜନ କର୍ତ୍ତୃପକ୍ଷ ବନ୍ୟଜନ୍ତୁ ଓ ସଂରକ୍ଷଣ ଉପରେ ପ୍ରତି ଶନିବାର ବିଶେଷଜ୍ଞଙ୍କ ଦ୍ୱାରା ଆଲୋଚନା ସଭା କରିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ,୧୫ା୨(ଅମିତାଭ ବେହେରା): ମାଲକାନଗିରି ଜିଲା ଏମ୍‌ଭି ୭୯ରୁ ବିଶାଖାପାଟଣା ଯାଉଥିବା (ଓଏସଆରଟିସି ) ବସ୍‌ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri