ଏନ୍‌ଏସି, ସିଏଚ୍‌ସି ଘୋଷଣା ଦାବିରେ ଆଜି ପାଇକମାଳ ବନ୍ଦ

ପାଇକମାଳ,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବା ସହିତ ଅଞ୍ଚଳବାସୀ ବିଭିନ୍ନ ପ୍ରସଙ୍ଗ, ଦାବି ଉପସ୍ଥାପନ କରୁଛନ୍ତି। ଲୋକଙ୍କ ଦାବି ପରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

 

ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀର ପାଇକମାଳକୁ ଏନ୍‌ଏସି ମାନ୍ୟତା ସହିତ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପିଏଚ୍‌ସିରୁ ସିଏଚ୍‌ସି କରିବା ଦାବିରେ ଅଞ୍ଚଳବାସୀ ଗୁରୁବାର ସକାଳ ୬ରୁ ୪୮ ଘଣ୍ଟିଆ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏହି ବନ୍ଦ ଡାକରାରେ ପାଇକମାଳର କେବଳ ଦୋକାନ, ବଜାର ବନ୍ଦ ରହିଥିବାବେଳେ ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ ଖୋଲା ରହିଛି। ଗାଡ଼ି ଚଳାଚଳ ମଧ୍ୟ ସ୍ବାଭାବିକ ରହିଛି। ସ୍ଥାନୀୟ ଜାଗରଣ ଯୁବ ସଂଗଠନ ଆହ୍ବାନରେ ଏହି ବନ୍ଦ ପାଳନ ଚାଲିଛି