ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ

କର୍ଲାମୁଣ୍ଡା,୧୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ , ଯୁବ କଂଗ୍ରେସ ବ୍ଲକ ସଭାପତି ହିରୋଜ କୁମାର ସାହୁ, କଂଗ୍ରେସ ନେତା ବବୃବାହାନ ଭୋଇ, ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଉପସ୍ଥିତ ରହି ବନ୍ଦ ଡାକରାକୁ ସଫଳ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରଶ୍ମିକାନ୍ତ ସାହୁ, ଉତ୍ତମ ଭୋଇ,ବିହାରୀ ସାହୁ, ପଞ୍ଚାନନ ବାଗ, ପଞ୍ଚାନନ ସାହୁ,ଅମ୍ବିଲାଲ ସାହୁ,ଦୟାନିଧି ମାଝୀ,ଅନନ୍ତ ସାହୁ,ସନ୍ତଲାଲ ବିଭାର ପ୍ରମୁଖ ଉପସ୍ଥିତ ଥିଲେ।