ଶାନ୍ତି ଫେରୁଛି, ନେଟ୍‌ ସେବା କୋହଳ

ସମ୍ବଲପୁର,୨୧ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡିଥିଲା। ଏହା ପରଠାରୁ ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହିକ୍ରମରେ ଆର୍‌ଡିସି ଅଫିସରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଧର୍ମର ପ୍ରତିନିଧିଙ୍କ ସମେତ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସହରରେ ଶାନ୍ତି ଫେରୁଥିବାବେଳେ ଗୁରୁବାରଠାରୁ ନେଟ୍‌ ସେବା କୋହଳ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।
ଅନ୍ୟପକ୍ଷେ ଏପ୍ରିଲ ୧୨ ଓ ୧୪ ତାରିଖ ଘଟଣାରେ ଏ ପର୍ଯ୍ୟନ୍ତ ୯୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଦୁଇଟି ମାମଲାରେ ଗୁରୁବାର ପୋଲିସ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସମ୍ପାଦକ ସମୀର ରଞ୍ଜନ ବାବୁଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୯୯ରେ ପହଞ୍ଚତ୍ଛି। ଭିଡିଓ, ଫଟୋ ଓ ପ୍ରମାଣ ଆଧାରରେ ଗିରଫ କରାଯାଉଛି। ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ।
ଶାନ୍ତି ବୈଠକରେ ଆର୍‌ଡିସି ଦଳେଇ କହିଥିଲେ, ସହରରେ ଶାନ୍ତି ଫେରାଇ ଆଣିବା ଆମର ପ୍ରାଥମିକତା। ପରିସ୍ଥିତିରେ ସୁଧାର ଆସିଛି। ଲୋକମାନଙ୍କ ସମସ୍ୟା ଦୂର କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ନିଜର ଦାୟିତ୍ୱ ବହନ କରି ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସେ କହିଥିଲେ। ଜିଲାପାଳ ଅନନ୍ୟା ଦାସ ବୈଠକ ପରେ ସୂଚନା ଦେଇ କହିଥିଲେ, ପ୍ରଶାସନ ପକ୍ଷରୁ ଶାନ୍ତି ଫେରାଇଆଣିବା ନେଇ ବିଭିନ୍ନ ସ୍ଥାନରେ ଶାନ୍ତି ସଭା ଆୟୋଜନ କରାଯାଉଛି। ଦୀର୍ଘ ୩ଦିନ ହେଲା ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ସବୁ ବୈଠକରେ ଲୋକମାନେ ଶାନ୍ତି କିଭଳି ଫେରିଆସିବ ସେ ନେଇ ଦାବି କରୁଛନ୍ତି। ପ୍ରଶାସନ ପକ୍ଷରୁ ନିଆଯାଇଥିବା ଶାନ୍ତି ସଭା ପଦକ୍ଷେପ ସଫଳ ହୋଇଛି। ଏବେ ଶାନ୍ତି ଫେରିଛି। ତେଣୁ ନେଟ୍‌ ସେବାକୁ କୋହଳ କରାଯାଇଛି। ସମସ୍ତ କମ୍ପାନୀର ଲିଜ୍‌ଲାଇନ, ବ୍ରଡ୍‌ବ୍ୟାଣ୍ଡ ନେଟ୍‌ ଚାଲୁ କରାଯାଇଛି। ପ୍ରଥମେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୋହଳ ରହିଛି। ହେଲେ ମୋବାଇଲ ନେଟ୍‌ ସେବା ବନ୍ଦ କରାଯାଇଛି। ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନରେ ନେଟ୍‌ ସୁବିଧା ନେଇ କୌଣସି ବ୍ୟକ୍ତି ଭୁଲ୍‌ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ନ କରିବାକୁ ସେ କହିଥିଲେ। ଏହା ଉପରେ ପ୍ରଶାସନ ଓ ପୋଲିସ ନଜର ରଖିଛି। ନିଶ୍ଚିତ ଭାବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କୌଣସି ସ୍ଥାନରେ ଅସାମାଜିକ କାର୍ଯ୍ୟ କିମ୍ବା ଗତିବିଧି ଉପରେ ନଜର ଆସିଲେ ଜନସାଧାରଣ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୩ରେ ଯୋଗାଯୋଗ କରି ଅଭିଯୋଗ କରନ୍ତୁ। ପ୍ରଶାସନ ଓ ପୋଲିସ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିିବ। ନେଟ୍‌ ସେବା କୋହଳ ହେବା ପରେ ବିଭିନ୍ନ ସରକାରୀ ଅଫିସ, ଘରେ ରହି କାମ କରିବାକୁ ସୁବିଧା ହେବ। ଏଭଳି ପରିସ୍ଥିତି ଜାରି ରହିଲେ ଶୀଘ୍ର ସ୍ବାଭାବିକ ଜୀବନଯାପନ କରିପାରିବେ ବୋଲି ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଏସ୍‌ପି ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri