ଶାନ୍ତି ଫେରୁଛି, ନେଟ୍‌ ସେବା କୋହଳ

ସମ୍ବଲପୁର,୨୧ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡିଥିଲା। ଏହା ପରଠାରୁ ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହିକ୍ରମରେ ଆର୍‌ଡିସି ଅଫିସରେ ଗୁରୁବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଧର୍ମର ପ୍ରତିନିଧିଙ୍କ ସମେତ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସହରରେ ଶାନ୍ତି ଫେରୁଥିବାବେଳେ ଗୁରୁବାରଠାରୁ ନେଟ୍‌ ସେବା କୋହଳ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।
ଅନ୍ୟପକ୍ଷେ ଏପ୍ରିଲ ୧୨ ଓ ୧୪ ତାରିଖ ଘଟଣାରେ ଏ ପର୍ଯ୍ୟନ୍ତ ୯୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଦୁଇଟି ମାମଲାରେ ଗୁରୁବାର ପୋଲିସ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସମ୍ପାଦକ ସମୀର ରଞ୍ଜନ ବାବୁଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୯୯ରେ ପହଞ୍ଚତ୍ଛି। ଭିଡିଓ, ଫଟୋ ଓ ପ୍ରମାଣ ଆଧାରରେ ଗିରଫ କରାଯାଉଛି। ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସମସ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଥିଲେ।
ଶାନ୍ତି ବୈଠକରେ ଆର୍‌ଡିସି ଦଳେଇ କହିଥିଲେ, ସହରରେ ଶାନ୍ତି ଫେରାଇ ଆଣିବା ଆମର ପ୍ରାଥମିକତା। ପରିସ୍ଥିତିରେ ସୁଧାର ଆସିଛି। ଲୋକମାନଙ୍କ ସମସ୍ୟା ଦୂର କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେଣୁ ନିଜର ଦାୟିତ୍ୱ ବହନ କରି ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ସେ କହିଥିଲେ। ଜିଲାପାଳ ଅନନ୍ୟା ଦାସ ବୈଠକ ପରେ ସୂଚନା ଦେଇ କହିଥିଲେ, ପ୍ରଶାସନ ପକ୍ଷରୁ ଶାନ୍ତି ଫେରାଇଆଣିବା ନେଇ ବିଭିନ୍ନ ସ୍ଥାନରେ ଶାନ୍ତି ସଭା ଆୟୋଜନ କରାଯାଉଛି। ଦୀର୍ଘ ୩ଦିନ ହେଲା ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି। ସବୁ ବୈଠକରେ ଲୋକମାନେ ଶାନ୍ତି କିଭଳି ଫେରିଆସିବ ସେ ନେଇ ଦାବି କରୁଛନ୍ତି। ପ୍ରଶାସନ ପକ୍ଷରୁ ନିଆଯାଇଥିବା ଶାନ୍ତି ସଭା ପଦକ୍ଷେପ ସଫଳ ହୋଇଛି। ଏବେ ଶାନ୍ତି ଫେରିଛି। ତେଣୁ ନେଟ୍‌ ସେବାକୁ କୋହଳ କରାଯାଇଛି। ସମସ୍ତ କମ୍ପାନୀର ଲିଜ୍‌ଲାଇନ, ବ୍ରଡ୍‌ବ୍ୟାଣ୍ଡ ନେଟ୍‌ ଚାଲୁ କରାଯାଇଛି। ପ୍ରଥମେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୋହଳ ରହିଛି। ହେଲେ ମୋବାଇଲ ନେଟ୍‌ ସେବା ବନ୍ଦ କରାଯାଇଛି। ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନରେ ନେଟ୍‌ ସୁବିଧା ନେଇ କୌଣସି ବ୍ୟକ୍ତି ଭୁଲ୍‌ ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର ନ କରିବାକୁ ସେ କହିଥିଲେ। ଏହା ଉପରେ ପ୍ରଶାସନ ଓ ପୋଲିସ ନଜର ରଖିଛି। ନିଶ୍ଚିତ ଭାବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କୌଣସି ସ୍ଥାନରେ ଅସାମାଜିକ କାର୍ଯ୍ୟ କିମ୍ବା ଗତିବିଧି ଉପରେ ନଜର ଆସିଲେ ଜନସାଧାରଣ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୩ରେ ଯୋଗାଯୋଗ କରି ଅଭିଯୋଗ କରନ୍ତୁ। ପ୍ରଶାସନ ଓ ପୋଲିସ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିିବ। ନେଟ୍‌ ସେବା କୋହଳ ହେବା ପରେ ବିଭିନ୍ନ ସରକାରୀ ଅଫିସ, ଘରେ ରହି କାମ କରିବାକୁ ସୁବିଧା ହେବ। ଏଭଳି ପରିସ୍ଥିତି ଜାରି ରହିଲେ ଶୀଘ୍ର ସ୍ବାଭାବିକ ଜୀବନଯାପନ କରିପାରିବେ ବୋଲି ଜିଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଏସ୍‌ପି ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri