Posted inଫୁରସତ

ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ଅପରିହାର୍ଯ୍ୟ

ଶାନ୍ତି ଏବଂ ସହନଶୀତଳା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ ପ୍ରେମ ଭଲ ପାଇବା ଏବଂ ଶାନ୍ତି ଦ୍ୱାରା ହୋଇଥିବା ହୃଦୟ ଜୟ ହିଁ ପ୍ରକୃତ ବିଜୟ। ତେଣୁ ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ହିଁ ଅପରିହାର୍ଯ୍ୟ।
ବିଶ୍ୱ ଶାନ୍ତି ସମ୍ପର୍କରେ ସଚେତନତା ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହେଉଥିବା ବିଭୀଷିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୬ରେ ବିଶ୍ୱ ଯୁଦ୍ଧ ଅନାଥ ଦିବସ ପାଳନ କରାଯାଇଥାଏ।
ଯୁଦ୍ଧ ଅନାଥ ଅର୍ଥ ହେଉଛନ୍ତି ଯବାନଙ୍କ ପିଲା, ଯେଉଁମାନଙ୍କର ପିିତାଙ୍କର ମୃତ୍ୟୁ ସଶସ୍ତ୍ର ବାହିନୀରେ ଡ୍ୟୁଟି ସମୟରେ ଘଟିଛି।
ଯୁଦ୍ଧ ଯୋଗୁ ଅନାଥ ହୋଇଯାଇଥିବା ପିଲାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ। ଯୁଦ୍ଧ ଅନାଥ ପିଲାମାନଙ୍କ ଜୀବନଧାରଣ ଅବସ୍ଥାକୁ ସ୍ବାଭାବିକ ଭାବେ ସୁନିଶ୍ଚିତ କରିବା ଏବଂ ଏଭଳି ପିଲାମାନେ ସମ୍ମୁଖୀନ ହେଉଥିବା ଭାବପ୍ରବଣ, ସାମାଜିକ ଏବଂ ଶାରୀରିକ ଆହ୍ବାନର ସମାଧାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଅନାଥ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବୁଢ଼ାବାପା ବୁଢ଼ୀମା, ଜେଜେବାପା ଜେଜେମା ଅବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ପ୍ରାୟତଃ ପ୍ରତିପାଳିତ ହୋଇଥାନ୍ତି। ଏଭଳି ଅନାଥ ପିଲାଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ବୟୟ ପାଞ୍ଚ ବର୍ଷରୁ ଅଧିକ।

ବିକଶିତ ଦେଶମାନଙ୍କରେ ଅନାଥମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି। ଜାତିସଂଘ ରିପୋର୍ଟ ଅନୁସାରେ ୨୦୧୫ରେ ଯୁଦ୍ଧ ଅନାଥଙ୍କ ସଂଖ୍ୟା ପ୍ରାୟ ୧୪୦ ନିୟୁତ ଥିଲା।
ସେଥିମଧ୍ୟରେ ଏସିଆରେ ୬୧ ନିୟୁତ, ଆଫ୍ରିକାରେ ୫୨ ନିୟୁତ, ଲାଟିନ ଆମେରିକା ଏବଂ କାରିବିଆନରେ ୧୦ ନିୟୁତ, ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରେ ୭.୩ ନିୟୁତ ଯୁଦ୍ଧ ଅନାଥ ଥିଲେ।
ୟୁନିସେଫ ଅନୁଯାୟୀ, ୧୯୯୦ଠାରୁ ଯୁଦ୍ଧ ଅନାଥ ପିଲାମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ୨୦୦୧ଠାରୁ ଏହା୦.୭ ପ୍ରତିଶତ ହାରରେ କମିବାରେ ଲାଗିଛି।

ଏହି ଦିବସ ଅବସରରେ ପୃଥିବୀରେ ଯୁଦ୍ଧ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri