ଭାଇଚାରାରେ ହେବ ଅକ୍ଷୟ ତୃତୀୟା, ଇଦ୍‌ ପାଳନ

ବଡ଼ବିଲ,୨।୫(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପବିତ୍ର ଇଦ ପର୍ବ ପାଳନ ନେଇ ସୋମବାର ଶାନ୍ତି କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବଡ଼ବିଲ ଥାନାରେ ଅନୁଷ୍ଠିତ ବୈଠକରେ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର ୧୨ ଜଣ ସଦସ୍ୟ ଯୋଗଦେଇଥିଲେ। ଆସନ୍ତା ୩ ତାରିଖ ଅକ୍ଷୟ ତୃତୀୟା ଏବଂ ଇଦ୍‌ ପାଇଁ ବଡ଼ବିଲ ପୋଲିସ ଉଭୟ ପକ୍ଷଙ୍କୁ ନେଇ ଏହି ବୈଠକ ଡାକିଥିଲେ। ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳା ରକ୍ଷାପୂର୍ବକ ପର୍ବ ପାଳନ କରିବାକୁ ଉଭୟ ପକ୍ଷ ସହମତି ଦେଇଛନ୍ତି।