Categories: ଜାତୀୟ

ଘର ଖାଲି କରିବାକୁ ମେହେବୁବାଙ୍କୁ ନୋଟିସ

ଶ୍ରୀନଗର,୨୧ ।୧୦: ପିପୁ୍‌ଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ମୁଖ୍ୟ ମେହେବୁବା ମୁଫତିଙ୍କୁ ତାଙ୍କ ଶ୍ରୀନଗର ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ନିଜେ ମେହେବୁବା ଖବରଦାତାଙ୍କୁ ଏହି ସୂଚନା ଦେଇଛନ୍ତି । ମେହେବୁବା କହିଛନ୍ତି ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇ ତାଙ୍କୁ ଯେତେଶୀଘ୍ର ସମ୍ଭବ ଘର ଖାଲି କରିବାକୁ କୁହାଯାଇଛି । ଏବେ ସେ ଶ୍ରୀନଗରର ଫେୟାରଭ୍ୟୁ ରେସିଡେନ୍ସିରେ ରହୁଛନ୍ତି । ତେଣୁ ତାଙ୍କୁ ଏହି ସରକାରୀ ଘରକୁ ଶୀଘ୍ର ଖାଲି କରିବାକୁ କୁହାଯାଇଛି ।
ତେବେ ସରକାର ତାଙ୍କୁ ଆଉ ଏକ ଘର ଅଫର କରିଛନ୍ତି । କାରଣ ମେହେବୁବା ଏବେ ଯେଉଁ ଘରେ ରହୁଛନ୍ତି ତାହା ବହୁତ ପୁରୁଣା ଘର । ଏହାସହ ମେହେବୁବାଙ୍କ ସୁରକ୍ଷାକୁ କଡା କରାଯିବା ଉଚିତ ବୋଲି ସରକାର କହିଛନ୍ତି । ତେଣୁ ସେହି ପୁରୁଣା ଘରକୁ ଖାଲି କଲେ ସରକାର ତାଙ୍କୁ ଆଉ ଏକ ନୂଆ ଘର ଦେବେ ବୋଲି କହିଛନ୍ତି ।

Share