Categories: ଜାତୀୟ

ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୧୧।୧: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କଶ୍ମୀରର ଅନନ୍ତନାଗକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷା ଅଧିକାରୀମାନେ କୌଣସି ଗୁରୁତର ଆହତ ନ ହୋଇ ବଞ୍ଚିଯାଇଛନ୍ତି। ପିଡିପି ସୋସିଆଲ ଏହି ସୂଚନା ଦେଇଛନ୍ତି। ମେହବୁବା ଅନନ୍ତନାଗ ବୋଟ କଲୋନୀର ଆଗଜନୀ ପୀଡିତଙ୍କୁ ଭେଟିବାକୁ ଯାଉଥିଲେ।ତେବେ ମେହବୁବା ଯାଉଥିବା କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Share