ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି ପାଇଁ ବାଧ୍ୟତାମୂଳକ କରାଯାଇଛି। ଏପରି କି ଯେଉଁ ଗାଡ଼ିର ପିୟୁସି ସାର୍ଟିଫିକେଟ ନାହିଁ ସେଗୁଡ଼ିକର ୧୦ହଜାର ଟଙ୍କାର ଚାଲାଣ କଟୁଛି। ଏମିତି ବହୁ ସାଧାରଣ ଲୋକଙ୍କ ଚାଲାଣ କଟି ସେମାନେ ଅର୍ଥ ଦଣ୍ଡରେ ଦଣ୍ଡିତ ହେଉଛନ୍ତି। ଏପରି କି ପିୟୁସି ସାର୍ଟିଫିକେଟ ପାଇଁ ଲୋକମାନେ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ହେଲେ ପୋଲିସ ଗାଡ଼ି ପାଇଁ ଏହି ନିୟମ ଯେପରି କିଛି କାମ କଲା ଭଳି ମନେହେଉନି। କାରଣ କମିଶନରେଟ୍‌ ପୋଲିସରେ ଗଡୁଥିବା ଅଧିକାଂଶ ଗାଡ଼ିର ପିୟୁସି ସାର୍ଟିଫିକେଟ୍‌ ନାହିଁ। ଅନେକ ଗାଡ଼ି ବହୁତ ପୁରୁଣା ହୋଇଥିବାବେଳେ ସେଥିରୁ ପରିବେଶ ପ୍ରଦୂଷଣ କଲାଭଳି ଧୂଆଁ ବାହାରୁଥିଲେ ସୁଦ୍ଧା କୌଣସି ଚାଲାଣ କିମ୍ବା କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଜଣାପଡ଼ିଛି। ପୋଲିସ ବିଭାଗ ଗାଡ଼ି ପାଇଁ ଏଭଳି ବିଚିତ୍ର ନୀତିକୁ ସାଧାରଣରେ ନାପସନ୍ଦ କରାଯାଇଛି।
ଯେ, ବିଭିନ୍ନ ଥାନା ଗାଡ଼ି ଏବଂ ପିସିଆର ଭ୍ୟାନରେ ଏହି ପ୍ରଦୂଷଣ ସାର୍ଟିଫିକେଟ୍‌ ନାହିଁ। ଏହି ସବୁ ଗାଡି ଟୋଲ୍‌ଗେଟ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ଗଡୁଥିଲେ ସୁଦ୍ଧା ସେମାନଙ୍କ ପଲ୍ୟୁଶନ ପାଇଁ ଚାଲାଣ ଆସୁନି। କିନ୍ତୁ ସାଧାରଣ ଲୋକଙ୍କ ଗାଡିରେ ପଲ୍ୟୁଶନ ସାର୍ଟିଫିକେଟ୍‌ ନ ଥିଲେ ସଙ୍ଗେ ସଙ୍ଗେ ଚାଲାଣ ଆସୁଛି। ନିୟମ ଯଦି ସମସ୍ତଙ୍କ ପାଇଁ ସମାନ, ସେଥିରୁ କ’ଣ ପାଇଁ ପୋଲିସ ଗାଡ଼ି ବାଦ୍‌ ପଡୁଛି ବୋଲି ପ୍ରଶ୍ନ ଉଠୁଛି। ଓଡି୦୫-ଜେଡ୍‌-୬୮୩୧ ନମ୍ବର ବିଶିଷ୍ଟ ପିସିଆର୍‌ ଭ୍ୟାନକୁ ଏଠାରେ ଏକ ଉଦାହରଣ ଭାବେ ନିଆଯାଇପାରେ। ଏହାର ପିୟୁସି ସାର୍ଟିଫିକେଟର ଅବଧି ୨୦୨୦ରୁ ଶେଷ ହୋଇଯାଇଥିଲେ ସୁଦ୍ଧା ଏହାକୁ ୨୦୨୫ ଡିସେମ୍ବର ୨୭ତାରିଖ ପର୍ଯ୍ୟନ୍ତ ନବୀକରଣ କରାଯାଇ ନାହିଁ। ତଥାପି ଏହି ଗାଡ଼ି ବିରୋଧରେ କୌଣସି ଚାଲାଣ କଟି ନ ଥିବା ଜଣାପଡ଼ିଛି। ପୋଲିସ ଗାଡ଼ି ପାଇଁ କାହିଁକି ଏଭଳି ନିୟମ ବୋଲି ଭୁବନେଶ୍ୱରର ରାମଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ, ପରିବହନ ବିଭାଗ ପଲ୍ୟୁଶନ ନିୟନ୍ତ୍ରଣ ସାର୍ଟିଫିକେଟ ନ ଥିଲେ ପେଟ୍ରୋଲ ଟାଙ୍କିରେ ତେଲ ମିଳିବ ନାହିଁ ବୋଲି କହିବା ପରେ ଲୋକଙ୍କ ନିଦ ହଜିଯାଇଛି। ରାତି ନ ପାହୁଣୁ ପ୍ରଦୂଷଣ ସାର୍ଟିଫିକେଟ କେନ୍ଦ୍ର ପାଖେ ଲାଗୁଛି ଲମ୍ବା ଲାଇନ। ତାସହ ପୂର୍ବ ବକେୟା ଫାଇନ ପଇଠ ଲାଗି ବି ଟ୍ରାଫିକ୍‌ ଥାନା ଆଗରେ ଭିଡ଼ ଜମୁଛି। କାରଣ ଜରିମାନା ଥିଲେ, ପିୟୁସି ସାର୍ଟିଫିକେଟ ମିଳୁ ନାହିଁ। ଯଦିଓ ସରକାର ପିୟୁସି ସାର୍ଟିଫିକେଟକୁ ୨୦୨୬ ଫେବୃଆରୀ ୧ ପର୍ଯ୍ୟନ୍ତ କୋହଳ କରିଛନ୍ତି, ତଥାପି ଲୋକମାନେ ଗାଡ଼ି ବାହାର କରିବାକୁ ଭୟ କରୁଛନ୍ତି। ହେଲେ ପୋଲିସ ଗାଡ଼ି ବିନା ପିୟୁସି ସାର୍ଟିଫିକେଟରେ ମନଇଚ୍ଛା ଯାତାୟାତ କରୁଛି। ଏନେଇ ଡିସିପି ଜଗମୋହନ ମୀନା କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ। ସରକାରଙ୍କ ଗାଇଡ୍‌ଲାଇନ୍‌ ଦେଖିବାକୁ ପଡ଼ିବ। ଯଦି ପୋଲିସ ଗାଡ଼ିରେ ପଲ୍ୟୁଶନ କରିବାକୁ ନିୟମ ଥିବ, ତେବେ ନିହାତି କରାଯିବ ବୋଲି ମୀନା କହିଛନ୍ତି। ଏନେଇ ଆରଟିଓ-୧ ମାନସ ରଞ୍ଜନ ମିଶ୍ର କହିଛନ୍ତି, ମୋଟର ଯାନ ନିୟମ ଅନୁସାରେ ପୋଲିସ ଗାଡ଼ି ହେଲେ ବି ପଲ୍ୟୁଶନ ସାର୍ଟିଫିକେଟ୍‌ କରିବା ଜରୁରୀ। ସେଥିରୁ ବି ପରିବେଶ ପ୍ରଦୂଷଣ ଧୂଆଁ ବାହାରୁଛି। ଏନେଇ ଆମେ ଡିସିପିଙ୍କ ସହ ଆଲୋଚନା କରି ପଲ୍ୟୁଶନ ସାର୍ଟିଫିକେଟ୍‌ କରିବାକୁ କହିବୁ ବୋଲି ମିଶ୍ର କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri