ବିନା ମଙ୍ଗୁଆଳରେ ପିସିସି: ଦକ୍ଷ ନେତା ଖୋଜୁଛି…

ଭୁବନେଶ୍ୱର,୨୫।୮(ଅନିଲ ଦାସ):ମାସେରୁ ଊର୍ଦ୍ଧ୍ୱ ହେବ ରାଜ୍ୟ କଂଗ୍ରେସ ବିନା ମୁଖିଆରେ ଚାଲିଛି। ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଜୁଲାଇ ୨୧ରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ଭାଙ୍ଗି ଦେଇଥିଲା। ଏହାପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ। ସେବେଠାରୁ ରାଜ୍ୟ କଂଗ୍ରେସରେ ସଭାପତି ପଦ ଖାଲି ରହିଛି।
ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବେ ସେ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ସଭାପତି ଦୌଡ଼ରେ ଆଗରେ ଥିବା କୁହାଯାଉଛି।
ଓଡ଼ିଶାରେ ଦୁଃସ୍ଥିତିରେ ଥିବା କଂଗ୍ରେସକୁ ଯିଏ ବଳ ଯୋଗାଇ ଆଗକୁ ନେଇ ପାରିବେ ସେଭଳି ଚେହେରା ଏଆଇସିସି ଖୋଜୁଛି। ଯଦିଓ ଓଡ଼ିଶା କଂଗ୍ରେସ ସଭାପତି ଖୋଜିବାକୁ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା, ହେଲେ ସେଥିରେ ମଧ୍ୟ କାହା ନାଁରେ ମୋହର ବାଜିପାରି ନ ଥିବା ଜଣାପଡ଼ିଛି। ଷ୍ଟିୟରିଂ କମିଟିର ସଦସ୍ୟ ତଥା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, କମିଟି ଆଗେ ଜିଲାକୁ ଜିଲା ଗସ୍ତ କରିବ। ସେଠିକାର ସଭାପତି, ପୂର୍ବତନ ସଭାପତି, ବିଧାୟକ ଓ ବ୍ଲକ ସଭାପତିଙ୍କ ମତ ନିଆଯିବ। ସେଠୁ ଯାହା ନାଁରେ ସହମତି ଆସିବ ତାହାକୁ ଏଆଇସିସିକୁ ପଠାଯିବ। ପିସିସି ସଭାପତି ପଦ ପାଇଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ମୋକିମ୍‌ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ ଠିକ୍‌ ଢଙ୍ଗରେ ତୁଲାଇବେ। ତେବେ ସବୁ ନିଷ୍ପତ୍ତି ଏଆଇସିସି ହାତରେ। ଜୟଦେବ କହିଛନ୍ତି, ସେ ସଭାପତି ରେସ୍‌ରେ ନାହାନ୍ତି। ଏଆଇସିସି ଜଣେ ସଚ୍ଚା କଂଗ୍ରେସ ଓ ଦକ୍ଷ ନେତାଙ୍କୁ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଦାୟିତ୍ୱ ଦେବ।
ଅନ୍ୟପକ୍ଷରେ ରାଜନୀତି ବିଶ୍ଳେଷକଙ୍କ ମତରେ କଂଗ୍ରେସ ଏବେ ଓଡ଼ିଶାରେ ଧୀରେ ଧୀରେ ମଜଭୁତ ହେବାରେ ଲାଗିଛି। ଦଳକୁ ସମ୍ଭାଳି ପାରୁଥିବା ନେତାଙ୍କ ଉପରେ ଏଆଇସିସି ମୋହର ମାରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri