ପିସିସି ସଭାପତି, ସୁର ରାଉତରାୟଙ୍କୁ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ…

ଛତ୍ରପୁର, ୧୯।୬ (ଦିଲ୍ଲୀପ ସାମଲ): ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲାର ଆସିକା ନିକଟସ୍ଥ ବାଲିସିରାଠାରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେବା ପାଇଁ ଯାଉଥିବା ବେଳେ ଖଲ୍ଲିକୋଟଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବଂ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟିର ସଭାପତି କାଳିଆ ରାଉଳଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱାଗତ କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ରହି ଉଭୟ ନେତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Dharitri – Odisha’s No.1 Odia Daily

Share