ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ଭକ୍ତ ଦାସ, ହଟିଲେ ବିଜୟ

ଭୁବନେଶ୍ୱର, ୨୨।୩(ସୁନିତ୍‌ ମିଶ୍ର):ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ସାଙ୍ଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପ୍ରଚାର କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛି। ଏନେଇ ଗୁରୁବାର ରାତିରେ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ ତାଙ୍କୁ ଏହି ନିଯୁକ୍ତି ଦେଇଥିବା ନେଇ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ଜାରି କରାଯାଇଛି। ଏହି ପଦରେ ବିଜୟ ପଟ୍ଟନାୟକଙ୍କୁ ରଖାଯାଇଥିଲା। ତେବେ ନିର୍ବାଚନକୁ ଆଉ କେଇଦିନ ବାକି ଥିବାବେଳେ ବିଜୟଙ୍କୁ କେଉଁ ପରିସ୍ଥିତିରେ ତାଙ୍କ ପଦରୁ କାଢ଼ି ଦିଆଗଲା ସେନେଇ କିଛି ଖବର ନାହିଁ। ବିଜୟଙ୍କୁ ରାଜ୍ୟ ନିର୍ବାଚନ କୋର୍ଡିନେଶନ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି କଂଗ୍ରେସ ପକ୍ଷରୁ ୧୦୩ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ରାଜନୈତିକ ବ୍ୟାପାର କମିଟିରେ ୬, ପ୍ରଦେଶ ନିର୍ବାଚନ କମିଟିରେ ୯, ଉପସଭାପତି ଭାବେ ୭, ସାଧାରଣ ସମ୍ପାଦକ ଭାବେ ୪୨ ଏବଂ ସମ୍ପାଦକ ଭାବେ ୩୯ ଜଣଙ୍କୁ ନିଯୁକ୍ତ କରାଯାଇଛି। ତେବେ ପ୍ରଚାର କମିଟି ଅଧ୍ୟକ୍ଷ ପଦରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା ଏବଂ ବିଜୟଙ୍କୁ ପଦରୁ ହଟାଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ କିଛିଦିନ ତଳେ କଂଗ୍ରେସ ଭବନଠାରେ ପ୍ରଚାର କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳର ବରିଷ୍ଠ ନେତା ଶରତ ରାଉତ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଚାର କମିଟି ଅଧ୍ୟକ୍ଷ ହେବାପରେ ଦଳର ପ୍ରଚାର ସମ୍ବନ୍ଧୀୟ କେଉଁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଏହାସହ କେତେଥର ପ୍ରଚାର କମିଟି ବୈଠକ ଏ ପର୍ଯ୍ୟନ୍ତ ବସିଛି ବୋଲି ମଧ୍ୟ ପଚାରିଥିଲେ। ଏହାବାଦ୍‌ ବେଦାନ୍ତ ସମ୍ବନ୍ଧିତ ଏକ ବିଷୟ ଉପରେ ମଧ୍ୟ ବିଜୟଙ୍କୁ ଏହି ଅବସରରେ ଶରତ ପ୍ରଶ୍ନ କରିବା ବିଷୟ କଂଗ୍ରେସ ଭବନରେ ଚହଳ ସୃଷ୍ଟି କରିଥିଲା। ଏହାପରେ ଗତ ବୁଧବାର ଦିଲ୍ଲୀରେ କଂଗ୍ରେସ ଓଡ଼ିଶାରେ ଆସନ୍ତା ନିର୍ବାଚନ ଲଢ଼ିବା ସମ୍ବନ୍ଧିତ ରଣକୌଶଳ ଉପରେ ଆଲୋଚନା ହେବା ଏବଂ ଗୁରୁବାର ବିଜୟଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ଦାୟିତ୍ୱ ମିଳିବା କଥାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri