ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି ଖେଳାଳିଙ୍କ ଫୋନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଜବତ କରାଯାଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।
ପାକିସ୍ତାନୀ ଚ୍ୟାନେଲ ତଥ୍ୟ ମୁତାବକ, ଖେଳାଳିଙ୍କ ଫୋନକୁ ବୋର୍ଡକୁ ହସ୍ତାନ୍ତର କରାଯାଇଛି ଏବଂ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଫୋନ ବୋର୍ଡ ନିକଟରେ ରହିବ। କିନ୍ତୁ କେଉଁ ଖେଳାଳିଙ୍କ ଫୋନକୁ ପିସିବିକୁ ହସ୍ତାନ୍ତର କରାଯାଇଛି, ତାହା ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ କିମ୍ବା ପିସିବି ପକ୍ଷରୁ ଏ ସଂକ୍ରାନ୍ତ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ତେବେ ଏହି ଘଟଣା ଖେଳାଳିଙ୍କ ବ୍ୟକ୍ତିଗତ ଉପକରଣ ଉପରେ କର୍ତ୍ତୃପକ୍ଷଙ୍କ କ୍ଷମତାର ସୀମାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କିନ୍ତୁ ଇଂଲଣ୍ଡରେ ପିସିବିର ଏଭଳି କାର୍ଯ୍ୟ ପଛରେ କୌଣସି ମ୍ୟାଚ୍-ଫିକ୍ସିଂ କିମ୍ବା ବେଟିଂ ସହ ଜଡ଼ିତ କାରଣ ଥିବା ନେଇ ସ୍ପଷ୍ଟୀକରଣ ମିଳି ନାହିଁ।