Categories: ଖେଳ

ସମାଲୋଚନା ପରେ ଭୁଲ ସୁଧାରିଲା ପିସିବି: ଡକ୍ୟୁମେଣ୍ଟାରୀରେ ଇମ୍ରାନ ଖାନ ଅନ୍ତର୍ଭୁକ୍ତ…

ଇସଲାମାବାଦ,୧୭।୮ : ସମାଲୋଚନା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜର ଭୁଲ ସୁଧାରିଛି। ୧୪ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରକାଶ କରାଯାଇଥିଲା। ଦେଶର କ୍ରିକେଟ ଇତିହାସରେ ଭେଟେରାନଙ୍କ ଅମୂଲ୍ୟ ଅବଦାନକୁ ପିସିବି ଦର୍ଶାଇଥିଲା।

ଏହି ଭିଡିଓରେ ୧୯୬୨ମସିହାରେ ପାକିସ୍ତାନର ନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁରୁ ଆରମ୍ଭ କରି ୨୦୨୨ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ସ୍ମୃତି ଦିଆଯାଇଥିଲା। କିନ୍ତୁ ୧୯୯୨ରେ ବିଶ୍ୱକପ ଜିତିଥିବା ଅଧିନାୟକ ଇମ୍ରାନ ଖାନ ଏଥିରେ ନ ଥିଲେ। ଏହି କାରଣରୁ, ପିସିବିକୁ ବହୁତ ସମାଲୋଚନା କରାଯାଇଥିଲା। ତେବେ ବର୍ତ୍ତମାନ ପିସିବି ଏକ ନୂତନ ଭିଡିଓ ରିଲିଜ କରିଛି। ଯେଉଁଥିରେ ଇମ୍ରାନ ସ୍ଥାନ ପାଇଛନ୍ତି।

ଭିଡିଓରେ ଇମ୍ରାନ ଖାନଙ୍କ ଅନୁପସ୍ଥିତି ନେଇ ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ୱାସିମ ଆକ୍ରାମ କ୍ରୋଧିତ ହୋଇଥିଲେ। ସେ ତାଙ୍କ ସୋସିଆଲ ମିଡିଆରେ ଏକ ପିସିବିକୂ କଡ଼ା ସମାଲୋଚନା କରିଥିଲେ। ଭିଡିଓ ଅପସାରଣ କରି କ୍ଷମା ମାଗିବାକୁ ଆକ୍ରାମ କହିଥିଲେ। କିଛି ଘଣ୍ଟା ପରେ, ପିସିବି ଭୁଲ ସଂଶୋଧନ କରି ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ପୋଷ୍ଟ କରିଥିଲା। ଏଥିରେ ଇମ୍ରାନ ଖାନ ବିଶ୍ୱକପ ଟ୍ରଫି ସହିତ ନଜର ଆସିଥିଲେ।

ପିସିବି ଏକ୍ସ(ଟୁଇଟର) ରେ ଲେଖିଛି, କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଏକ ପ୍ରୋତ୍ସାହନ ଅଭିଯାନ ପିସିବି ଆରମ୍ଭ କରିଛି। ୧୪ ଅଗଷ୍ଟ ୨୦୨୩ ରେ ଏନେଇ ଏକ ଭିଡିଓ ଅପଲୋଡ ହୋଇଥିଲା। ତେବେ ଲମ୍ବା ଭିଡିଓଟିକୁ ଛୋଟ ହୋଇଯିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କ୍ଲିପ ନିଖୋଜ ହୋଇ ଯାଇଥିଲା। ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣରେ ଏହାକୁ ସଂଶୋଧନ କରାଯାଇଛି ବୋଲି ପିସିବି ସଫେଇ ଦେଇଥିଲା।

ଇମ୍ରାନଙ୍କ ଅଧିନାୟକତ୍ୱରେ ଆକ୍ରାମ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଆତ୍ମଜୀବନୀରେ ଆକ୍ରାମ ଇମ୍ରାନ ଖାନ କିପରି ତାଙ୍କର ପ୍ରିୟ ବ୍ୟକ୍ତି ହୋଇ ରହିଥିଲେ ତାହା ବର୍ଣ୍ଣନା କରିଥିଲେ ।
ପିସିବିକୁ ସମାଲୋଚନା କରି ୱାସିମ ଆକ୍ରାମ ଏକ୍ସରେ ଲେଖିଥିଲେ ରାଜନୈତିକ ପାର୍ଥକ୍ୟ ଅଲଗା, କିନ୍ତୁ ଇମ୍ରାନ ଖାନ ବିଶ୍ୱ କ୍ରିକେଟର ଏକ ଆଇକନ ଏବଂ ତାଙ୍କ ସମୟରେ ପାକିସ୍ତାନକୁ ଏକ ଶକ୍ତିଶାଳୀ ସଂସ୍ଥାରେ ବିକଶିତ କରି ଆମକୁ ଏକ ବାଟ ଦେଖାଇଥିଲା। ପିସିବି ଭିଡିଓ ଅପସାରଣ କରି କ୍ଷମା ମାଗିବା ଉଚିତ।

Share