ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ ଦର୍ଶାଇ ଟିମ୍‌ ଇଣ୍ଡିଆକୁ ପଠାଇବାକୁ ମନା କରିଦେଇଛନ୍ତି। ଅପରପକ୍ଷେ ପାକିସ୍ତାନୀ ବୋର୍ଡ ଟୁର୍ନାମେଣ୍ଟର ହାଇବ୍ରିଡ ମଡେଲର ଆୟୋଜନକୁ ସହମତି ପ୍ରକାଶ କରୁନାହିଁ। ପିସିବି ଅଧ୍ୟକ୍ଷ ମୋହସିନ ନକବି ସୁରକ୍ଷାକୁ ନେଇ ଲଗାତାର ବଡ଼ ବଡ଼ ଦାବି କରୁଛନ୍ତି। ହେଲେ ଏବେ ସେ ପାକିସ୍ତାନୀ ସେନାକୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କାରଣରୁ ସେ ଏହି ଆଦେଶ ଦେଇଛନ୍ତି, ତାହା ଚକିତ କରିଥିବା ବେଳେ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନକୁ ନେଇ ଅଡ଼ୁଆ ବଢ଼ିଛି।

କହିବାକୁ ଗଲେ ବର୍ତ୍ତମାନ ସମୟରେ ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥା ଖରାପ ଅଛି। ପ୍ରାୟ ୩ ମାସ ପରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଜେଲରୁ ମୁକ୍ତ କରିବାକୁ ନେଇ ତାଙ୍କ ଦଳର ସମର୍ଥକମାନେ ରାଜଧାନୀ ଇସଲାମାବାଦକୁ ଘେରି ରହିଛି, ଏହା ପରେ ସେଠାରେ ସୁରକ୍ଷା କର୍ମୀ ଏବଂ କର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି।

ପାକିସ୍ତାନରୁ ଆସୁଥିବା ରିପୋର୍ଟ ମୁତାବକ, ‘ଲକ୍‌ଡାଉନ୍‌’ ବିଫଳ ହେବା ପରେ ପାରାମିଲିଟାରୀ ରେଞ୍ଜରମାନେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍‌ ଚଳାଇଥିଲେ। ଏହାପରେ ବିକ୍ଷୋଭକାରୀମାନେ ସିଧାସଳଖ ସୁରକ୍ଷାବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ପାକିସ୍ତାନୀ ରେଞ୍ଜର ନିହତ ହୋଇଥିଲେ। ଏହାପରେ ମୋହସିନ ନାକଭି ବିକ୍ଷୋଭକାରୀଙ୍କ ଗୁଳିର ଜବାବ ଗୁଳିରେ ଦେବାକୁ ଚେତାବନୀ ଦେଇଥିଲେ।କେବଳ ଏତିକି ନୁହେଁ ସେନା ମୁତୟନ ହେବା ପରେ ‘ଶୁଟ୍‌ ଆଣ୍ଡ ସାଇଟ୍‌’ ନେଇ ଆଦେଶ ଦେଇଥିଲେ। କହିରଖୁଛୁ ଯେ, ମୋହସିନ ନାକଭି କେବଳ ପିସିବିର ଅଧ୍ୟକ୍ଷ ନୁହନ୍ତି, ସେ ପାକିସ୍ତାନର ଆଭ୍ୟନ୍ତରିଣ (ଗୃହ ମନ୍ତ୍ରୀ) ମଧ୍ୟ ଅଟନ୍ତି।

ତାଜା ପରିସ୍ଥିତି କେବଳ ଯେ ଦେଶ ପାଇଁ ତାହା ନୁହେଁ ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଥିବା ଆଶାକୁ ଝଟ୍‌କା ଲାଗିଛି। କାରଣ ଟୁର୍ନାମେଣ୍ଟର ଏକ ସ୍ଥାନ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ରାଜଧାନୀ ଇସଲାମାବାଦଠାରୁ ମାତ୍ର ୧୪-୧୫ କିମି ଦୂରରେ ରହିଛି। ଏମିତିରେ ଆଇସିସି ନଭେମ୍ବର ୨୯ରେ ଟ୍ରଫିକୁ ନେଇ ନିଷ୍ପତ୍ତି ନେବାକୁ ବୈଠକ ଡାକିଛି, ଏଥିରେ ବିସିସିଆଇ ଏବଂ ପିସିବି ବ୍ୟତିତ ଅନ୍ୟ ବୋର୍ଡ ସଦସ୍ୟମାନେ ଉପସ୍ଥିତ ରହିବେ। ଏହି ବୈଠକ ପରେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ହାଇବ୍ରିଡ ମଡେଲ ମଧ୍ୟ ପିସିବି ପାଇଁ ବଡ଼ କଥା ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri