ବିଚାର କରିବ ପିସିଏ

ଆମଷ୍ଟରଡାମ୍‌/ଇସ୍‌ଲାମାବାଦ/ନୂଆଦିଲ୍ଲୀ,୮ା୭: ସିନ୍ଧୁନଦୀ ଜଳ ବିବାଦ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ (ପିସିଏ)ରେ ଗୁରୁବାର ଭାରତ ବିରୋଧରେ ପାକିସ୍ତାନ ବଡ଼ ବିଜୟ ଲାଭ କରିଛି। ସିନ୍ଧୁନଦୀ ଅବବାହିକାରେ କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ପାକିସ୍ତାନର ଆବେଦନ ଉପରେ ଭାରତର ଆବେଦନକୁ ଏହି ଅନ୍ତର୍ଜାତୀୟ ଅଦାଲତ ଖାରଜ କରିଦେଇଛନ୍ତି।
ପ୍ରତିଷ୍ଠିତ ପିସିଏ ହେଉଛି ଏକ ଅଣଜାତିସଂଘ ଆନ୍ତଃ ସରକାରୀ ସଂସ୍ଥା, ଯାହା ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ବିବାଦର ସମାଧାନ କରିଥାଏ। ଜମ୍ମୁ-କଶ୍ମୀରର ଝେଲମ ନଦୀ ଉପରେ ଭାରତ ପକ୍ଷରୁ ୩୩୦ ମେଗାଓ୍ବାଟ୍‌ ବିଶିଷ୍ଟ କିଷନଗଙ୍ଗା ହାଇଡ୍ରୋପାଓ୍ବାର ପ୍ରୋଜେକ୍ଟ ନିର୍ମାଣ ଚାଲିଥିବାବେଳେ ଚେନାବ ନଦୀ ଉପରେ ୮୫୦ ମେଗାଓ୍ବାଟ୍‌ର ଆଉ ଏକ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ଚାଲିଛି। ୨୦୧୬ ଅଗଷ୍ଟ ୧୯ରେ ଏହାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଥିଲା। ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)ର ୯ମ ଅନୁଚ୍ଛେଦ ଅନୁସାରେ ଏକ ଅସ୍ଥାୟୀ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ପ୍ରତିଷ୍ଠା ପାଇଁ ଇସ୍‌ଲାମାବାଦ ପିସିଏକୁ ଅନୁରୋଧ କରିଥିଲା। କିନ୍ତୁ ଭାରତ ଏହାକୁ ବେଅଇନ ଦର୍ଶାଇ ସିନ୍ଧୁ ଜଳଚୁକ୍ତିର ମଧ୍ୟସ୍ଥ ବିଶ୍ୱବ୍ୟାଙ୍କ ନିକଟରେ ଆପତ୍ତି ଉଠାଇଥିଲା। ଉକ୍ତ ଚୁକ୍ତି ଅନୁସାରେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ସମାଧାନ ଲାଗି ନିଯୁକ୍ତି ଦିଆଯାଉ ବୋଲି ନୂଆଦିଲ୍ଲୀ ଦାବି କରିଥିଲା। ଏପରି କି ହେଗ୍‌ କୋର୍ଟର ବିଚାର ବେଳେ ଭାରତ ପକ୍ଷରୁ କୌଣସି ପ୍ରତିନିଧି ଯୋଗଦେଇ ନ ଥିଲେ। ଏହି ପ୍ରସଙ୍ଗରେ ପାକିସ୍ତାନ ପକ୍ଷରୁ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ପ୍ରତିନିଧିତ୍ୱ କରିଥିବାବେଳେ ଏଥିରେ ଆଇନଜୀବୀ ଜୋହାଇର ଓ୍ବାହିଦ ଓ ଲିନା ନିସ୍ତେରଙ୍କ ସମେତ ଆଟର୍ନି ଜେନେରାଲ ଅଫ୍‌ ପାକିସ୍ତାନ (ଏଜିପି) ଅଫିସ୍‌ର ଏକ ଟିମ୍‌ ସହଯୋଗ କରିଥିଲା। ବାରିଷ୍ଟର ଅହମଦ ଇରଫାନ୍‌ ଇସ୍‌ଲାମ ପିସିଏରେ ପାକିସ୍ତାନର ଏଜେଣ୍ଟ ଭାବେ କାର୍ଯ୍ୟ କରିଥିଲେ। ପାକିସ୍ତାନ ସପକ୍ଷରେ ରାୟ ଦେଇ ପିସିଏ କହିଛି, ଇସ୍‌ଲାବାବାଦ ଓ ନୂଆଦିଲ୍ଲୀ ମଧ୍ୟରେ କିଷନଗଙ୍ଗା ବିବାଦର ସମାଧାନ ପାଇଁ ଆମେ ହେଉଛୁ ଉପଯୁକ୍ତ କର୍ତ୍ତୃପକ୍ଷ। ପିସିଏର ଏହି ସର୍ବସମ୍ମତ ନିଷ୍ପତ୍ତିକୁ ପକ୍ଷମାନେ ମାନିବାକୁ ବାଧ୍ୟ। ଏହା ଉପରେ ଅପିଲ ମଧ୍ୟ କରାଯାଇପାରିବ ନାହିଁ। ଭାରତ ଉଠାଇଥିବା ସମସ୍ତ ଆପତ୍ତିକୁ ଖାରଜ କରାଯାଇଛି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଅନୁରୋଧର ବିଚାର କରାଯିବ। ଏନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି, ତଥାକଥିତ ଆର୍ବିଟ୍ରେଶନ୍‌ ପ୍ରତିଷ୍ଠା କରିବା ଆଇଡବ୍ଲ୍ୟୁଟିରେ ହସ୍ତକ୍ଷେପ ବୋଲି ନୂଆଦିଲ୍ଲୀ ନିରନ୍ତର ଓ ସିଦ୍ଧାନ୍ତଗତ ଆଭିମୁଖ୍ୟ ରହିଆସିଛି। ଆଇନଗତ ମିଥ୍ୟା ଯୁକ୍ତି ଭାରତକୁ ଏହି ପ୍ରସିଡିଂରେ ସାମିଲ ହେବା ପାଇଁ ବାଧ୍ୟ କରିପାରିବ ନାହିଁ। ଭାରତର ଯୁକ୍ତି ହେଉଛି, କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ଆସୁଛି। କିନ୍ତୁ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମୁମ୍‌ତାଜ୍‌ ଜହରା କହିଛନ୍ତି, ଦୁଇଦେଶ ମଧ୍ୟରେ ହୋଇଥିବା ଏହି ରାଜିନାମାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଭାରତ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବ ବୋଲି ଆମେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri