Categories: ଖେଳ

୩୧ ରନରେ ଜିତିଲା ପିବିକେଏସ …

ନୂଆଦିଲ୍ଲୀ,୧୩।୫ : ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)  ବିପକ୍ଷରେ   ପଞ୍ଜାବ କିଙ୍ଗ୍ସ(ପିବିକେଏସ) ୩୧ ରନରେ  ବିଜୟ ହାସଲ କରିଛି ।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି  ୨୦ ଓଭରରେ  ୮ ୱିକେଟ ହରାଇ  ୧୩୬  ରନ କରିଥିଲା ।

ଡିସି ପକ୍ଷରୁ ଡେଭିଡ ୱାର୍ନର ୫୪ ରନ କରିଥିବାବେଳେ ଫିଲିପ ସଲ୍ଟ ୨୧ ରନ, ଅମନ ହକିମ ଖାନ ୧୬ ରନ , ପ୍ରବିନ ଦୁବେ ୧୬ ରନ କରିଥିଲେ ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ସେହିପରି ପିବିକେଏସ ଦଳ ଅଧିନାୟକ ଶିଖର ଧାଓ୍ବନଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ପିବିକେଏସ ୭ ଓ୍ବିକେଟ ହରାଇ ୧୬୭ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ ରହିଥିଲା।

ପିକିକେଏସ ପକ୍ଷରୁ ପ୍ରଭସିମରନ ସିଂ ୧୦୩ ରନ କରିଥିବାବେଳେ ସାମ କୁରେନ ୨୦ ରନ, ସିକନ୍ଦର ରାଜା ୧୧ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ।

Share