ମୁମ୍ବାଇର ଲଗାତର ପଞ୍ଚମ ପରାଜୟ

ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଡି ବ୍ରେଭିସ ସର୍ବଧିକ ୪୯, ସୂର୍ଯ୍ୟ ଯାଦବ ୪୩, ତିଳକ ବର୍ମା ୩୬, ରୋହିତ୍ ଶର୍ମା ୨୮ ରନ୍ କରିଥିଲେ।
ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସାମ୍ନାରେ ୧୯୯ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଶିଖର ଧାୱନ(୭୦) ଏବଂ ମୟଙ୍କ ଅଗ୍ରୱାଲ(୫୨)ଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ୫ ଉଇକେଟ ହରାଇ ୧୯୮ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ମୁମ୍ବାଇ ପକ୍ଷ୍ୟରୁ ଯଶପ୍ରୀତ୍ ବୁମରା, ବି ଥମ୍ପି, ଉନାଦକତ, ଏମ୍ ଅଶ୍ବିନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସୂଚନଯୋଗ୍ୟ,ମୁମ୍ବାଇ ଏଯାଏ ୫ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଜୟ ସ୍ୱାଦ ପାଇନାହିଁ। ସେହିପରି ପଞ୍ଜାବ ଚଳିତ ବର୍ଷ ଆଇପିଏଲରେ ୫ଟି ମ୍ୟାଚରୁ ୩ଟିରେ ଜିତିଛି ଓ ୨ଟିରେ ହାରିଛି।

Share