Categories: ଜାତୀୟ

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌

ନୂଆଦିଲ୍ଲୀ,୧୮ ।୯: ଗୁଗୁଲ ଶୁକ୍ରବାର ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ୍‌କୁ ହଟାଇ ଦେଇଥିବା ଜଣାପଡିଛି । ଗୁଗୁଲ କହିଛି କୌଣସି ଗ୍ୟାବଲିଙ୍ଗ ବା ଜୁଆ ଖେଳିବା ବାଲା ଆପ୍‌କୁ ସେ ସମର୍ଥନ କରିବ ନାହିଁ । ଜୁଆ ସହ ଜଡିତ ଥିବା ନୀତିର ଉଲ୍ଲଂଘନ କରିଥିବା ଦର୍ଶାଇ ପେଟିଏମ୍‌କୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦେଇଥିବା କହିଛି । ପେଟିଏମ୍ ଓ ୟୁପିଆଇ ଆପ୍ ୱାନ ୯୭ କମ୍ୟୁନିକେଶନ ଲିମିଟେଡ ଦ୍ୱାରା ଡେଭଲପ କରାଯାଇଛି । ହେଲେ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରେ ସର୍ଚ୍ଚ କଲେ ଏବେ ମିଳୁ ନ ଥିବା କୁହାଯାଉଛି । କିନ୍ତୁ ପୂର୍ବରୁ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଇନ୍‌ଷ୍ଟଲ ହୋଇଥିବା ଆପ ଏବେ କାମ କରୁଛି । ପେଟିଏମ୍ ପେମେଣ୍ଟ ଆପ ବ୍ୟତୀତ କମ୍ପାନୀର ଅନ୍ୟ ଆପ୍ସ ପେଟିଏମ୍ ଫର୍ ବିଜନେସ୍‌, ପେଟିଏମ୍ ମନି, ପେଟିଏମ୍ ମଲ୍ ଆଦି ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ଉପଲବ୍ଧ ରହିଛି । ଗୁଗୁଲ ତା’ର ବ୍ଲଗରେ ଲେଖିଛି କି ଆମେ ଅନଲାଇନ କ୍ୟାସିନୋକୁ ଅନୁମତି ଦେଇ ନ ଥାଉ । ଏମିତି କୌଣସି ଆପକୁ ଆମେ ସମର୍ଥନ କରୁନାହିଁ ।

Share